STORYMIRROR

Mamata Priyadarshini Sahu

Others

3  

Mamata Priyadarshini Sahu

Others

ଜୀବନ

ଜୀବନ

1 min
308

ମା' ଜଁଠୁ ଜନମିଣ

ସନ୍ତାନ ସନ୍ତତି

ମୀତାକ୍ଷର ପାନ କରି

ଲଭନ୍ତି ଜୀବନ ବ୍ରହ୍ମଶକ୍ତି ସୁଅରେ

ବ୍ରହ୍ମାଣ୍ଡ ଅନ୍ତରେ ।


ମଣିଷ ଅଟଇ ଭିନ୍ନ

ଇତର ଜୀବଙ୍କ ଠାରୁ

ମାନସେ ରଚଇ ସ୍ବପ୍ନ

ବାସ୍ତବତା ରକ୍ଷା ରୁ

ମହାନ୍ ଅଦ୍ଭୂତ କୃତି

ବିଶେଷ ଜ୍ଞାନ ଭଣ୍ଡାରୁ ।


ସ୍ୱପ୍ନ ଯେବେ ହୁଏ ସତ୍ଯ

ସାର୍ଥକତା ରକ୍ଷା ହୁଏ

ସାରା ବିଶ୍ବ ପ୍ରାଣ ପାଏ

ସୁଶ୍ରୀ ଜୀବନର

ଆବଶ୍ୟକ ଯେତେ ସବୁ

ଯୋଗାଡ କରିବାରେ

ସକ୍ଷମତା ବଳରେ ।


କାଁ ଭାଁ ଅସୁସ୍ଥ ବ୍ଯକ୍ତି

ଶକ୍ତିହୀନତାରେ

କ୍ରନ୍ଦନ କରେ ମା କୋଳେ

ଦୁଃଖ ଦୈନ୍ଯତାରେ ।


Rate this content
Log in