ସଂଘର୍ଷ
ସଂଘର୍ଷ
1 min
173
(କ)
ଭଲ ମନ୍ଦ ବିଭାଜନେ
ସୃଷ୍ଟି କୋଣ ଛଳନା ର
କୃତ୍ରିମତା ପ୍ରଦର୍ଶନେ
ଆଙ୍କଇ ସଂଘର୍ଷ ଗାର ।
(ଖ)
କାରଣ ଅକାରଣରେ
ବରିଣ ବୈରତା
ସଂକୀର୍ଣ୍ଣତା ପ୍ରଲୋଭନେ
ବିଶ୍ୱ ହଟହଟା ।
(ଗ)
ନରପ୍ରାଣ ଆତଙ୍କିତ
ଆତଙ୍କ ଜୁଆରେ
ସଂଘର୍ଷ ର ଭଟ୍ଟା ରଚେ
କୃତ୍ରିମ ବିଭ୍ରାଟ ।
(ଘ )
ବନ୍ଯା ,ମରୁଡି ,ଝଡରୁ
ନିବୃତ ସକାଶେ
ସଂଘର୍ଷ କରିବା ହେଉ
ବିଜ୍ଞାନୀ ବିଶେଷ ।
(ଙ)
ନ ହେଉ ସଂଘର୍ଷ ମୋଟେ
କେବଳ ଧରା କୋଣେ
ମୃତ୍ୟୁ ଲୀଳା ରଚନାରେ
କୃତ୍ରିମତା ପଣେ ।
(ଚ)
ପଞ୍ଚେନ୍ଦ୍ରିୟ ଶକ୍ତ କରି
ଷଡରିପୁ ଦିନରେ
ସଂଘର୍ଷ ରଖିବା ଜାରି
ଜନହିତ ମାନସରେ ।।।।
