STORYMIRROR

BULU BEHERA

Drama Fantasy Children

3  

BULU BEHERA

Drama Fantasy Children

ସଂଖ୍ୟାରେ ଗୀତ (ଏକୋଇଶୀ-ତିରଶି )

ସଂଖ୍ୟାରେ ଗୀତ (ଏକୋଇଶୀ-ତିରଶି )

1 min
335

ଦୁଇ ଦଶ ଏକ ଏକୋଇଶି,

ବାନ୍ତି  କରୁ  କିଆଁ ଖlସି ଖାସି l


ଦୁଇ ଦଶ  ଦୁଇ - ବାଇଶି,

ମୋ ପିଠିକୁ  ଦେ ତୁ ଆଉଁସି l


ଦୁଇ ଦଶ  ତିନି - ତେଇଶୀ,

ଠିଆ  ହେଲୁ କିଆଁ ତୁ ଋଷି  l


ଦୁଇ ଦଶ  ଚାରି - ଚବିଶି,

କଣ  ହେଲା ତୋତେ  ବଇଁଶୀ  l


ଦୁଇ ଦଶ  ପାଞ୍ଚ  - ପଚିଶି,

ମୋ କଥା  ଟିକେ  ଶୁଣେ  ବେଶୀ  l


ଦୁଇ ଦଶ  ଛଅ - ଛବିଶି

କଳି  ଆସିଥିଲା  ମୋ ମାଉସୀ l


ଦୁଇ ଦଶ  ସାତ - ସତେଇଶୀ,

ଆଣିଥିଲା  ଗୁଲୁଗୁଲା  ବେଶୀ  l


ଦୁଇ ଦଶ  ଆଠ - ଅଠେଇଶୀ 

ଖାଇଲି  ମୁଁ ତଣ୍ଟି ଯାଏଁ କଷି  l


ଦୁଇ ଦଶ  ନଅ - ଅଣତିରଶି

ଅତି ଲୋଭେ ଖାଇ  ହେଲି ଦୋଷୀ  l


ତିନି ଦଶ  ଶୂନ  - ତିରଶି,

ତେଣୁ  ବାନ୍ତି କରେ  ଖାସି ଖାସି  l


Rate this content
Log in

Similar oriya poem from Drama