ସଂଖ୍ୟା ଗଣନା ଗୀତ
ସଂଖ୍ୟା ଗଣନା ଗୀତ
ଏକ - ଚକାମୁଣ୍ଡ ସବୁ ପକ l
ଦଶ - ଚୁପ ଚାପ ହୋଇ ବସ l
ଶତ - ପାଟିରେ ଦିଅ ହାତ l
ହଜାର - ବହିକୁ ବାହାର କର l
ଅୟୁତ - ଲେଖରେ ବସି ଗଣିତ l
ଲକ୍ଷ - ଅଙ୍କରେ ହୋଇବ ଦକ୍ଷ l
ନିୟୁତ - ନିଜକୁ କର ଆୟତ l
କୋଟି - ଖେଳିବନି କିଏ ବାଟି l
ଅର୍ବୁନ୍ଦ - କରିବନି କାମ ମନ୍ଦ l
ବୃନ୍ଦ - ଭଜୁଥିବ ପରମାନନ୍ଦ l
ଖର୍ବ - କରିବନି କେବେ ଗର୍ବ l
ନିଖର୍ବ - ପାଳୁଥିବ ସବୁ ପର୍ବ l
ଶଙ୍ଖ - କଥା ହେବ ପୁଙ୍ଖାନୁ ପୁଙ୍ଖ l
ପଦ୍ମ - ଧରିବନି ବେଶ ଛଦ୍ମ l
ସାଗର - ପାପରେ ହେବନି ଶିକାର l
ଅନ୍ତ୍ୟ - ଘଷିବ ପ୍ରତିଦିନ ଦନ୍ତ୍ୟ l
ମଧ୍ୟ - ପିଇବନି କେବେ ମଦ୍ୟ l
ପରାର୍ଦ୍ଧ - ବୁଲି ଯିବା ଉତ୍ତର ଗୋଲାର୍ଦ୍ଧ l
