STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସଂହତି

ସଂହତି

1 min
284


ଏ ମାଟି ମାଆ ଶୀତଳ ବାଆ

ସୁନୀଳ ଜଳ ନଭ

ଏଇ ପୃଥିବୀ ସଭିଙ୍କ ପାଇଁ

ମଙ୍ଗଳମୟ ଶିବ ।

ସୋମ ସୁନ୍ଦର ସବୁଜ ଶିରୀ

ତାର ଅମୃତ ଫଳ

ହୃଦେ ପାଳଇ ଜୀବନ ସର୍ବ

ନାହିଁ ଆପଣା ପର ।

ସୃଷ୍ଟି କଲ୍ୟାଣ ସଂସାର ପଥେ

ଚଳିବା ମିଳିମିଶି

ଆପଣା ମଧ୍ୟେ ରଖିବା ସ୍ନେହ

ଭାବନା ମୈତ୍ରୀ ଶାନ୍ତି ।

ଆଦର୍ଶ ନୀତି ସତ୍ୟ ଅହିଂସା

ସଂହତି ଅଟେ ଶକ୍ତି

ହିଂସା ବିଦ୍ୱେଷ ଧ୍ୱଂସ କାରଣ

କରାଏ ଅଧୋଗତି ।

ସଦଭାବନା ସହଯୋଗରେ

ବଢଇ ମନୋବଳ

କୂଟ କପଟ ଆତ୍ମ ବଡିମା

ବଢାଏ ଅହଙ୍କାର ।

ଗୁଣ କୈ।ଶଳ ଆହରଣରେ

ଅରଜି ଆମେ ଯଶ

ବିତରିଯିବା ନୂଆ ଆଲୋକ

ଫୁଟାଇ ମୁଖେ ହସ ।

ରୋଗ କଷଣ ମହାମାରୀର

ଭୀଷଣ ହାହାକାର

ଘୂଞ୍ଚାଇ ଦେବା ଦୁଃଖ ଦୈନତା

ଅଜ୍ଞାନ ଅନ୍ଧକାର ।

ଗଢିବା ଆସ ନୂଆ ଦୁନିଆ

ଚାଲିବା ସମତାଳେ

ଆମ ସଂହତି ସୁସମନ୍ୱୟ

ସ୍ୱଚ୍ଛନ୍ଦୁ ସ୍ୱ।ଭିମାନେ ।

ହାତରେ ହାତ କାନ୍ଧକୁ କାନ୍ଧ

ସଭିଙ୍କ ଗଲେ ମିଶି

ହେବ ସ୍ୱସ୍ତିକ ପୃଥିବୀ ଆମ

ଝରିବ ସ୍ୱର୍ଗ ଖୁସି ।


   


Rate this content
Log in

Similar oriya poem from Inspirational