STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ସଂଗ୍ରାମର ଶେଷ ନାହିଁ

ସଂଗ୍ରାମର ଶେଷ ନାହିଁ

1 min
194

ସତ୍ୟର‌ ଲଢେଇ ଜିତିବାକୁ ହେଲେ,

ମନେ ଡର କାହିଁ ପାଇଁ,

ଏପରି ଯୁଦ୍ଧର ଆରମ୍ଭ ହୋଇଲେ,

ସଂଗ୍ରାମର ଶେଷ ନାହିଁ।


ବିଜୟ ରାସ୍ତାରେ ବାଧକ ସାଜିବ,

କେତେ ଘାତ ପ୍ରତିଘାତ,

ସବୁ ବନ୍ଧନକୁ ଦେବାରେ ଆଡେଇ,

ଶତ୍ରୁ ହେବେ ପରାଜିତ।


ଖୁସିଠୁ ଦୂରରେ ସୁଖଠୁ ଦୂରରେ,

ଜୀବନର ଏହି ଲକ୍ଷ୍ୟ,

ଚାଲିଯାଉ ପ୍ରାଣ ରହିଥାଉ ମାନ,

ମନ କହେ ଏହି ବାକ୍ୟ।


ଜୀବନ ଯୁଦ୍ଧରେ ସେନାପତି ସାଜି,

ଦିଅରେ ରକ୍ତର ଦ୍ୱାହି,

ଏପରି ଯୁଦ୍ଧର ଆରମ୍ଭ ହୋଇଲେ,

ସଂଘର୍ଷର ଶେଷ ନାହିଁ।


Rate this content
Log in

Similar oriya poem from Inspirational