STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ସଂଗ୍ରାମୀ ସୁଭାଷ

ସଂଗ୍ରାମୀ ସୁଭାଷ

1 min
222

ଦିଅ ମୋତେ ରକ୍ତ ଦେବି ମୁଁ,ତୁମକୁ ସ୍ବାଧିନତା,

ଶୁଣି ଗୁରୁ ଗମ୍ଭୀର ବାଣୀ, ଉତ୍ତେଜିତ ଜନତା ।

  

ସମଗ୍ର ଭାରତ ବାସୀଙ୍କ, ପାଇଁ ଥିଲା ଆହ୍ବାନ,

ପ୍ରବଳ ପ୍ରତାପୀ ବ୍ରିଟିଶ, ହୃଦ ହେଲା କମ୍ପନ ।


ସେହି ପରା ଆମ ମହାନ, ସ୍ଵାଧୀନତା ସଂଗ୍ରାମୀ,

କଟକ ଓଡ଼ିଆ ବଜାର, ଠାରେ ଥିଲେ ଜନମି ।


ମାତା ପ୍ରଭାବତୀ ତାଙ୍କର, ପିତା ଜାନକୀନାଥ,

ଜାନୁୟାରୀ ତେଇଶି ଦିନ,ହୋଇ ଥିଲେ ସମ୍ଭୂତ ।


କଟକ ଓ କଲିକତାରେ,ପାଠ କରି ସମାପ୍ତ

ଲଣ୍ଡନରେ ଆଇସିଏସ, ଅନ୍ତେ ଫେରି ଭାରତ।


ଦେଶ ମାତୃକାର ସେବାରେ,ମନ କରି ଅର୍ପଣ 

ଗାନ୍ଧିଜୀ,ଚିତ୍ତରଞ୍ଜନଙ୍କ,ପଥ ଅନୁସରଣ ।


କଂଗ୍ରେସ ସଭାପତି ପଦ, କରିଣ ଅଳଙ୍କୃତ 

ଲକ୍ଷ୍ୟ ବ୍ରିଟିଶଙ୍କ କବଳୁ,ଦେଶ କରିବେ ମୁକ୍ତ।


'ଫରୱାର୍ଡ ବ୍ଲକ' ନାମରେ ଗଢି ନୂତନ ଦଳ

ସଶସ୍ତ୍ର ସଂଗ୍ରାମ ଲଢ଼ିବେ ସାମ୍ରାଜ୍ୟବାଦୀ ଠାର ।


ବହୁବାର କାରାବରଣ,ପରେ ଭଗ୍ନ ଶରୀରେ

ଲୁଚିଛପି ଯାଇ 'ବର୍ଲିନ' ମିଳିଲେ ଜାପାନରେ ।


ଗଢି 'ଆଜାଦ୍ ହିନ୍ଦୁଫୌଜ' ଡାକରା ଦିଲ୍ଲୀ ଚଲୋ 

ସ୍ୱଦେଶେ ପ୍ରବେଶି ମିଳିଲେ, ମଣିପୁର ଇମ୍ଫାଲ ।


ଇମ୍ଫାଲ ଠାରେ ବ୍ରିଟିଶଙ୍କ ଆକାଶ,ସ୍ଥଳ ସୈନ୍ୟ

ଆଜାଦ ହିନ୍ଦ୍ ଫୌଜପରେ କରିଲେ ଆକ୍ରମଣ ।


ଉଣେଇଶ ପଇଁଚାଳିଶ ଅଗଷ୍ଟ ଅଠରରେ

ହଜିଗଲେ ପ୍ରୀୟ ନେତାଜୀ,କାହାରି ଚକ୍ରାନ୍ତରେ ।


Rate this content
Log in

Similar oriya poem from Inspirational