STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ସଙ୍କଟ ନାଶିନୀ ମା ମଙ୍ଗଳା

ସଙ୍କଟ ନାଶିନୀ ମା ମଙ୍ଗଳା

1 min
441

ମମତାମୟୀ ମା' ଦୟାମୟୀ ତୁମେ

ତୁମରି ଦୟା ଅପାର ,

ସଙ୍କଟ ନାଶିନୀ ବିଘ୍ନ ବିନାଶିନୀ

ମଙ୍ଗଳା ନାମ ତୁମର

ମଙ୍ଗଳମୟୀ ମା' ମଙ୍ଗଳ ପ୍ରଭାତେ

ହେଉ ମଙ୍ଗଳ କାମିନୀ,

ସଭିଙ୍କର ଦୁଃଖ ନାଶ କରୁ ବୋଲି

ନାମ ତୋ ଦୁଃଖନାଶିନୀ

ବହୁ ଗ୍ରାମେ ବହୁ ନାମେ ପୂଜା ପାଉ

ତୁମେ ସର୍ବତ୍ର ପୂଜିତା,

ମଙ୍ଗଳ କାରିଣୀ ସଙ୍କଟ ହାରିଣୀ

ସର୍ବ କଣ୍ଠେ ବିରାଜିତା

ନିଜ ଘର ତୋର କାକଟପୁରରେ

ଷୋଳ ସ୍ତମ୍ଭେ ଅବସ୍ଥାନ,

ଅପୁତ୍ରିକକୁ ତୁ ପୁତ୍ରଦାନ କରୁ

ଅନ୍ଧ ପାଏ ଚକ୍ଷୁଦାନ

ତୋର ନାମ ଧରି ବିପଦ କାଳରେ

ପାରି ହୋଇଯାଏ ନାଆ,

ଦୁସ୍ତର ସମୟେ ସମସ୍ତ ପ୍ରାଣୀଙ୍କୁ

ହୋଇଥାଉ ତୁହି ସାହା

ପ୍ରାଚୀ ନଦୀ ତଟେ ବାସ କରୁ ତୁହି

ଭକ୍ତ ଦୁଃଖ ହରି ନେଉ ,

ତୋ ପଣତ ତଳେ ଆଶରା ଦିଅ ମା'

ଦୁଃଖ ମୋର ସରିଯାଉ

ତୋତେ ଆଶ୍ରା କରି ଗଢିଛି ସଂସାର

ଘଣ୍ଟ ଘୋଡାଇ ରଖିବୁ ,

ତୋ ଚରଣ ତଳେ ଶରଣ ନେଇଛି

ସାହା ମୋତେ ହୋଇଥିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract