ସଙ୍କଟ ମୋଚନ ସ୍ତବ
ସଙ୍କଟ ମୋଚନ ସ୍ତବ
ଜୟ ରାମଦୂତ ମହାବୀର ହନୁମାନ l
ପବନସୂତ ଅଞ୍ଜନୀ ସଙ୍କଟ ମୋଚନ ll
ଅତୁଳିତ ବଳଧାମା ପ୍ରଭୁ ଦେବନାହା l
ସଙ୍କଟ କାଳରେ ପ୍ରଭୁ ଅଟ ଏକା ସାହା ll
ରାମ ନାମେ ମହାସିନ୍ଧୁ କରିଲ ଲଂଘନ l
ଜାନକୀଙ୍କୁ ଠାବକଲ ଅଶୋକ କାନନ ll
ଲାଙ୍ଗୁଳାଗ୍ନିରେ ଜଳାଇ ସ୍ୱର୍ଣ୍ଣମୟୀ ଲଙ୍କା l
ବିଭୀଷଣେ ସଖା ହେଲ ରାବଣକୁ ଶଙ୍କା ll
ସଙ୍କଟ ପଡ଼ିଲା ଲକ୍ଷ୍ମଣଙ୍କ ଶକ୍ତି ଭେଦ l
ଜୀଇଁଲେ ଆଣିଲ ତୁମ୍ଭେ ସଞ୍ଜିବନୀ ଗଦ ll
ଯୁଦ୍ଧେ ମାରିଲ ଲଙ୍କାରେ ସହସ୍ର ଦଇତ l
ନିକୁମ୍ଭିଲା ଯଜ୍ଞ ଭଗ୍ନେ ମଲା ଇନ୍ଦ୍ରଜିତ ll
ତୁମ୍ଭ ପାଶେ ଅଛି ପ୍ରଭୁ ରାମ ରସାୟନ l
ବୀର ଅଗ୍ରଗଣୀ ଆହେ ବାୟୁଙ୍କ ନନ୍ଦନ ll
ଦୁର୍ଗମକାର୍ଯ୍ୟ ସୁଗମ ହୋଇ ତବ ନାମେ l
ଦୁର୍ଗତି ପଡ଼ିଲା ରଖ ରଖ ହେ ଦୂର୍ଦ୍ଦମେ ll
ସଙ୍କଟକାଳରେ ସାହା ଅଞ୍ଜନାନନ୍ଦନ l
ଜୟ ଜୟ ସଙ୍କଟମୋଚନ ହନୁମାନ ll
