STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ସଙ୍କଳ୍ପ ନେବା ଉଧୁରିବା ଦୁର୍ଦ୍ଦଶା

ସଙ୍କଳ୍ପ ନେବା ଉଧୁରିବା ଦୁର୍ଦ୍ଦଶା

1 min
323


ସମୟ ହୋଇଛି, ମର୍ଯ୍ୟାଦାହୀନତା ଓ 

ନୈତିକ ବିପର୍ଯ୍ୟୟର

ପୃଥିବୀରେ ବିଘଟନ ଓ ବିଧ୍ୱଂସର ସ୍ଥିତି 

ତ ଅତ୍ୟନ୍ତ ଗମ୍ଭୀର |


ସମାଜରେ ବିନାଶକାରୀ ଶକ୍ତିର 

ପ୍ରାବଲ୍ୟ ଦେଖା ଯାଉଛି

ଜନମାନସରେ ଅରାଜକତା ଅନାସ୍ଥା 

ର ଛାଇ ଢାଙ୍କି ହୋଇଛି |


ପରିବାର, ସମାଜ, ରାଷ୍ଟ୍ର ସର୍ବେ ଧାବମାନ 

ବିଘଟନ ବିପର୍ଯ୍ୟୟ ଦିଗରେ

ଭ୍ରାନ୍ତ ଆକାଙ୍କ୍ଷା ପାଇଁ ଭୋଗବାଦୀ ବିଚାର 

ହିଁ ଦାୟୀ ଏହା ମୂଳରେ |


ସ୍ଵଚ୍ଛନ୍ଦ ଜୀବନଦର୍ଶନ ମାନବୀୟ ଗରିମା, 

ମର୍ଯ୍ୟାଦା, ନୀତିକୁ ଧ୍ଵଂସ କରିଛି

ଏହା ଉପରେ ଆଧାରିତ ଜୀବନଶୈଳୀକୁ 

ପ୍ରଗତିଶୀଳତା ବୋଲି ବିଚାର କରାଯାଉଛି |


ପର’ ବଦଳରେ ‘ସ୍ବ’ ଉପରେ ପୁରା ମନୁଷ୍ୟ 

ଜୀବନ ହୋଇଛି କେନ୍ଦ୍ରିତ

ସମସ୍ତେ ଯାବୁଡି ଧରିଛନ୍ତି ମନ ମଧ୍ୟରେ କ୍ଷୁଦ୍ର 

ଅହଂ ଭାବ ଓ ସଙ୍କୀର୍ଣ୍ଣ ସ୍ଵାର୍ଥ |


ସମାଜରେ ଭ୍ରଷ୍ଟାଚାର ଅପରାଧ, ଆତଙ୍କ, 

ହିଂସା ଓ ଆତ୍ମହତ୍ୟା ପ୍ରଭୃତି

ଜୀବନର ସାମଗ୍ରିକ ବିକାଶ ପରିବର୍ତ୍ତେ ଉକ୍ତ

ଘଟଣା ଗୁଡ଼ିକ ଏହାର ଚରମ ପରିଣତି |


ମଣିଷର ବିକାଶ ନିମନ୍ତେ ନିମ୍ନ ବୃତ୍ତି ଉପରେ 

ସଂଯମ ଓ ମର୍ଯ୍ୟାଦାର ଆବଶ୍ୟକତା ରହୁଛି

ସାହିତ୍ୟ ସୃଜନ ଦ୍ୱାରା ସୁଖଦ ସମ୍ଭାବନା ଗୁଡ଼ିକର 

ସୃଷ୍ଟି ସମାଜ ଆଶା କରୁଛି |

 

ମନୁଷ୍ୟ ସମାଜ ଓ ଉତ୍ତମ ସଂସ୍କୃତିର ପତନମୁଖୀ 

ଏ ଗମ୍ଭୀର ସ୍ଥିତି ମଧ୍ୟରୁ

ସଙ୍କଳ୍ପ ନେବାର ଏକ ଉତ୍ତମ ଅବସର ଆମର 

ଉଧୁରିବା ପାଇଁ ଏ ଦୁର୍ଦ୍ଦଶାରୁ |



Rate this content
Log in

Similar oriya poem from Abstract