STORYMIRROR

Gouri Panda

Inspirational

3  

Gouri Panda

Inspirational

ସଂଘର୍ଷ

ସଂଘର୍ଷ

1 min
309

ଗୋଲାପର ଶେଯ ନୁହେଁ ଜୀବନର ବାଟ

ବଞ୍ଚିବା ସଂଘର୍ଷ କରି ,ଚାଲିଛି ଏ ନାଟ।

ସଂଘର୍ଷ ବିନା ଜୀବନ ମାନେ ନାହିଁ କିଛି

ସଂଘର୍ଷ ଭରା ଜୀବନ ମୂଲ୍ୟ ବେଶି ଅଛି।

କିଛି ମିଳେ ନାହିଁ ଏଠି ସଂଘର୍ଷର ବିନା

ସଂଘର୍ଷ କରି ବି ଏଠି ମୂଲ ତା ମିଳେନା।

ସବୁବେଳେ ସଂଘର୍ଷକୁ ମନ ବି ହୁଏନା

ମନ ଥକିପଡେ କରି ସଂଘର୍ଷ ବାହାନା।

ସବୁବେଳେ ସଂଘର୍ଷରେ ମଜା କିଛି ନାହିଁ

ସଂଘର୍ଷ ବିନା ମିଳିଲେ ଖୁସି ଲାଗିଥାଇ।

ସଂଘର୍ଷ ଫଳରେ ଯେଉଁ ଖୁସି ମିଳିଥାଏ

ସେଇ ଖୁସି ଆଉ କାହାଠି କିଏ ବି ପାଏ।

ଦୁନିଆ ହାଟରେ ଆଜି ସଂଘର୍ଷର ଖେଳ

ଚାଲିବାକୁ ପଡିବରେ ଦେଇ ସାଥେ ତାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational