STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ସଂଘର୍ଷ

ସଂଘର୍ଷ

1 min
340

ଜୀବନ ଟି ଚିର ସଂଘର୍ଷ ରେ ଭରା

କାହିଁ ହସ ଖୁସି ରସର ପସରା ।


ସଂଘର୍ଷ ରୁ ଜାତ ସଂଘର୍ଷ ରେ ଶେଷ

ଜୀବନରେ ଦିଏ ସେହି ହିଁ ସାହସ ।


ବିନାଶ କରଇ ପୁଣି ନାନାମତେ

ସଂଘର୍ଷ ରେ ରହି ପ୍ରାଣୀ ଅବିରତେ ।


ସୁଖେ ମର୍ତ୍ତ୍ୟ ଲୀଳା କରଇ ଯାପନ

ଦୁଃଖ ଶୋକ ଭୋଗେ ସଂଘର୍ଷ ବିହୀନ ।


କେବେ କେବେ ଗୀତ, ସୁସଙ୍ଗିତ ତାନ

ଭାବ ର ମାଧୂର୍ଯ୍ୟେ ହରି ନିଏ ମନ ।


ପ୍ରତି ପ୍ରାଣୀ ଆଉ ଉଦ୍ଭିଦ ଜଗତ

ଜୀବନ କାଳରେ ସଂଘର୍ଷରେ ରତ ।


ସଂଘର୍ଷ ହିଁ ତୋଳେ ପ୍ରାଣରେ ମାଧୁର୍ଯ୍ୟୁ

ତହିଁରୁ ବଢ଼ଇ ପରାଣ ପ୍ରାଚୁର୍ଯ୍ୟ ।


ମଧୁମୟି କରେ ଜୀବନ ସରଣୀ

ତାହା ନିକଟରେ ସର୍ବେ ଥାନ୍ତି ରୁଣୀ ।


ଭାବ ଉନ୍ମାଦନା ଯୋଗାଇ ଶାନ୍ତିର

 ରୁପେଲି ଚମକ ରଚି ବାରମ୍ବାର ।


ଚେଷ୍ଟା ଜାରି ରଖି ଅଗ୍ରଗତି ପାଇଁ

ପ୍ରତି ପ୍ରାଣୀ ଚିର୍ତ୍ତେ ପ୍ରେରଣା ଯୋଗାଇ ।


ସାହସ ଶକତି ଉତ୍ସାହ ଜାଗୃତି

ଭଣ୍ଡାରରେ ପରିପୂର୍ଣ୍ଣ ବିଭା ନିତି ।


ଭରି ଦିଏ ଦିବ୍ୟ ଆଶା ଭରସାର

ସପନ ଓ ଆଶ୍ଵାସନା ସୁଧା ଧାର ।


ବରଷ।ଇ ଏଇ ସଂଘର୍ଷ ଯୋଗାଏ

ନବ ପ୍ରତିଭାର ଅଧିକାରୀ କରେ ।


ପ୍ରକୃତି ବିବିଧ ରହସ୍ୟ ସମ୍ଭାର

ଉଦଘାଟନ କରେ ସହାୟତା ଚିର ।


ସଂଘର୍ଷରୁ ଝରେ ପ୍ରୀତି ଓ ପୁଲକ

ଅନୁଭବ କରେ ଅନୁଭବୀ ଲୋକ ।


ଜାତ ହୁଏ କ୍ରମେ କ୍ରମେ ସୁଖ ଶାନ୍ତି 

ସନ୍ତୋଷ ରେ ପ୍ଲାବୀ ସୁଦିବ୍ୟ ପ୍ରଶାନ୍ତି ।


ପ୍ରଭା ରେ ପ୍ରତ୍ୟେକ ଅନ୍ତର ରଞ୍ଜାଇ

ସଂଘର୍ଷ ହିଁ ତୋଳେ ପ୍ରାଣରେ ଲହରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance