ସଂଘର୍ଷ
ସଂଘର୍ଷ
ବାହାହବା ପାଇଁ ଚାହୁଁ ସେ ନଥିଲା
ପରିସ୍ଥିତି ତାକୁ ବାଧ୍ୟ କଲା
ବାହା ହୋଇସାରି ସ୍ୱାମୀ ଅତ୍ୟାଚାରେ
ଅତିଷ୍ଠ ହୋଇପଡିଲା।।
ପିଲାଦିନ ସାଥି ସହାୟତା ପାଇ
ମନରେ ସାହସ ବାନ୍ଧିଲା
ଗୋଟିଏ ରାତିରେ ସୁଯୋଗ ଖୋଜି ସେ
ଘରୁ ବାହାରି ଚାଲିଗଲା।।
ରହିଲା ସାଙ୍ଗର ସାଥେ ତାର ଘରେ
ଅଳ୍ପ କିଛିଦିନ ପାଇଁ
ସାଙ୍ଗ ସାହାଯ୍ୟରେ କିଛିଦିନ ପରେ
ଆତ୍ମନିର୍ଭରଶୀଳ ହୋଇଲା ଅଚିରେ।।
ବହୁତ ସଂଘର୍ଷ କରିବା ପରେ
ସଫଳ ହୋଇଲା ସେହି
ତାର ସଫଳତା ଶ୍ରେୟ ସବୁ ଯେତେ
ସାଙ୍ଗ ଉପରେ ଦିଏ ଅଜାଡ଼ି।।
