ସଙ୍ଗିନୀ
ସଙ୍ଗିନୀ
ସାଇତା ହୃଦୟ ସ୍ମୃତି
ଯାଇ ଚି ବିତି
ଅଧରର ରଙ୍ଗ ଯାଇଛି ଉଡ଼ି
ଵୟସ ଯାଇ ଛି ଝଡି ।
ଆଖି ଯାଇଚି ଧିମେଇ
କୃଷ୍ଣ ଚୂଡାର ରଙ୍ଗ ଫିକା ଲାଗୁଛି
ଚଲା ପଥ ଉଙ୍କି ମାରୁଛି
ଆଖି ଆଗେ ଯାଏ ଝଲସି ।
ଖୁସି ସାଉଁଟି ଆଣିଚି
ଦିନ ଯାଇଛି ଚାଲି
ବୁଦ୍ ବୁଦ୍ ପରି ।
ଏକଥା ହୃଦୟ କୋଣରୁ ପ୍ରତିଧ୍ୱନିହେଉଛି
ଖାଲି ଆଖିମିଟିକା ମାରି କହୁଛି
ଦେଖ ମୁଁ ବିଜୟୀ ।
ତୁମେ ମାନେ ଯାଇଛ ଚାଲି
ଆଉ କି ଆସିବ ଫେରି
ମୁଁ ହିଁ ତୁମରି ପଦଚିହ୍ନ
ତାଳ ଦେଇ ଚାଲି ଶିଖିଛି ।