STORYMIRROR

Pratima Satpathy

Classics

4  

Pratima Satpathy

Classics

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ

1 min
297


ଉଣେଇଶି ଶହତେଇଶି ମସିହା 

   ମେ ମାସ ଏକୋଇଶି ରେ

ଜନ୍ମ ହୋଇଥିଲ ଖୋରଧା ଜିଲ୍ଲାର

   ଗ୍ରାମ ବସନ୍ତ ପେଡିରେ ।

ଆଧୁନିକ ଓଡ଼ିଆ ସାହିତ୍ୟ ଜଗତକୁ 

  କଲ ପ୍ରାଣ ବନ୍ତ 

ତୁମରି ଶ୍ରେଷ୍ଠ ସମୃଦ୍ଧ କୀର୍ତ୍ତିରାଜି

  ଘୋଷଇ ସାରା ଜଗତ ।

ଓଡିଶୀ, ଛାନ୍ଦ, ଚମ୍ପୁ,ଭଜନ ଓ

   ପଲ୍ଲୀ ଗୀତ ଯେ ଗାଇ ଥିଲ

ଓଡିଶୀ ସଙ୍ଗୀତକୁ, ଶାସ୍ତ୍ରୀୟ ସଙ୍ଗୀତ   

    ମାନ୍ୟତା ପାଇଁ ଲାଗିଲ ।

ଉଣେଇଶ ଅଡଚାଳିଶି ମସିହା

     ଆକାଶ ବାଣିରେ ମିଶି 

ନୂଆ ନୂଆ ଗୀତ ଗାଇଲ ଶୁଣି ଯେ

   ଜନତା ହୋଇଲେ ଖୁସି ।

ଉଣେଇଶୀ ଶହ ପଚାଶ ରେ ଜଗନ୍ନାଥ  

      କଥାଚିତ୍ର ପାଇଁ 

ପ୍ରଥମ ସିନେମାରେ କଣ୍ଠଦାନ କରି

   ସୁନାମ ପାଇଲ ତହିଁ ।

ଅଠରରୁ ବେଶୀ ଓଡ଼ିଆ ସିନେମାରେ

   ସଙ୍ଗୀତ କରି ଗାନ 

ପାଇଥିଲ ଯେ ବହୁତ ପୁରସ୍କାର

   ଜୀବନ ହୋଇଲା ଧନ୍ୟ ।

ମଥୁରା ବିଜୟ, କେଦାର ଗୌରୀ,

   ଆବର ମାଣିକ ଯୋଡ଼ି ।

ଶ୍ରୀ ଲୋକନାଥ ଓ ଭାଇ ଭାଇ

   ତା ସାଥେ ଶଙ୍ଖ ମହୁରୀ ।

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ

   ପୁରସ୍କାର ପାଇଥିଲ

ରାଜ୍ୟ ଚଳଚ୍ଚିତ୍ର ଏକାଡେମୀ

  ସାଥିରେ ସଙ୍ଗୀତ ସୁଧାକର ।

ଭଗିରଥ ଗଙ୍ଗାକୁ ମର୍ତ୍ତ୍ୟକୁ ଆଣି

   ରଖି ଯାଇଛନ୍ତି ନାମ 

ଆଧୁନିକ ଓଡ଼ିଆ କବିତାର ଯେ

   ଭଗିରଥ ତୁମେ ଜାଣ ।

ଆସ ଜୀବନ ଧନ ମୋର ପଖାଳ 

     କଂସା ଗୀତକୁ ବୋଲି

ସବୁ ଓଡ଼ିଆଙ୍କ ମନ ଜିଣିଥିଲ

    ପାରୁନାହାନ୍ତି ଯେ ଭୁଲି ।

ଆରତ ସୁରେ ବାରେ ଓ କେତେ

    ଭଜନକୁ କରି ଗାନ

ଛାଡି ଚାଲିଗଲ ସରଗ ପୁର କୁ

   ଅମର କୀର୍ତ୍ତି ରଖିଣ ll



Rate this content
Log in

Similar oriya poem from Classics