STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୮

ସନେଟ -୮

1 min
14K


ହୃଦ ଚନ୍ଦନ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ତୃଣରାଜ ପରି ତନୁ ହେଲାଣି ମୋହର

ଅବିରତ କଞ୍ଜାନନୁ ଝରୁଅଛି ନୀର ।।

କଷଣ ବନଦ ଛାଏ ମାନସ-ଆକାଶେ

ନୟନେ ଚୌଦିଗ ଘନ ଅନ୍ଧକାର ଦିଶେ ।।

କ୍ଷିପ୍ତ ପରାଏ ଚନ୍ଦ୍ରକେ ଚିରୁଅଛି କ୍ଷୌଣୀ

ମୂକ ପ୍ରାୟ ବସିଅଛି ସ୍ଫୁରୁ ନାହିଁ ବାଣୀ ।।

ପ୍ରଣୟ-ପିପାସା କରେ ବ୍ୟାକୁଳ ପରାଣେ

କର୍ପୁର ଚନ୍ଦନ ଲେପ ଲୋଡ଼େ କ୍ଷଣେ କ୍ଷଣେ ।।

କପୋତ କପୋତୀ ପ୍ରୀତି ନିରେଖି ହୃଦୟେ

ନିରତେ ବିନ୍ଧେ ବିଶିଖ ନତନୁ ନିର୍ଦ୍ଦୟେ ।।

ଦାବାନଳ ସମ ଜଳେ ବିରହେ ଅନ୍ତର

କିନ୍ତୁ କରତ କରତେ ଅବଶ ଶରୀର ।।

ତୁମ୍ଭ ବିନେ ନାହିଁ କେହି ହରିବ କଷଣ

ଆସି ଶାନ୍ତ କର ଅଙ୍ଗେ ବୋଳି ତିଳପର୍ଣ୍ଣ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics