STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୫୮

ସନେଟ -୫୮

1 min
13.6K


ଗାନ୍ଧି ଅସ୍ତ୍ରେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ

କରୁଛ କିପାଁ ଭାଲେଣି,ଭାଇ ଦେଶବାସୀ !

ଚିତ୍ତାକାଶେ ଘୋଟିଛି କି ଚିନ୍ତା ଘନରାଶି

ନିଶ୍ଚିନ୍ତ ଥିଲ କି ଚାଖି ସ୍ୱରାଜ୍ୟ-ପୀୟୂଷ

ଅହିଂସାର ଯୁଦ୍ଧେ ତଡି ଫିରିଙ୍ଗୀ-ରାକ୍ଷସ

ଭାବିଥିଲି କି କରିବେ ସର୍ବେ ସୁକରମ

ନାହାନ୍ତି,ନ ହେବେ ଜାତ ନିମକହାରାମ ।।

ସାରା ବିଦେଶୀ-ଦୁରଧ୍ବ ହୀନେ ଅନୁସରି

ମିଥ୍ୟା ଦୃଷ୍ଟି-ମଞ୍ଜି ସ୍ଥାନେ ସ୍ଥାନେ ପୋତି ସାରି ।।

ଚାହିଁଛନ୍ତି ଅନିମିଷ ନେତ୍ରେ ତା ଫଳକୁ-

ପୂର୍ଣ୍ଣ ଜୈବାତୃକେ ରାହୁ ପ୍ରାୟ ଗ୍ରାସିବାକୁ ।।

ସର୍ବୋଚ୍ଚ ପଦେ ଭୂଷିତ ହେଲାଣି ବ୍ରାହ୍ମଣୀ

ବାୟସାରାତି ଭାସ୍ୱରେ ନିତ୍ୟ ରାବିଲାଣି ।।

ନାହିଁ ଆଉ ସୌମ୍ୟ ତଳ୍ପେ ଶୟନ ସମୟ

ଆସ୍ତିକ୍ୟେ ବଞ୍ଚାଅ ଗାନ୍ଧିଅସ୍ତ୍ରେ ତ୍ୟାଗି ଭୟ ।।

ସମାପ୍ତ

ବ୍ରାହ୍ମଣୀ ଏଠାରେ ଇନ୍ଦିରା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ ହୋଇଛି ବୋଲି ଅନୁମିତ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics