STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୫୬

ସନେଟ -୫୬

1 min
13.8K


ଶୋଷଣ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଗଲ କାହିଁ ହିନ୍ଦଭାଗ୍ୟ ବିଧାନ କରତା,

ଖୋଜି ବୁଲିଲେ ହେଁ ଦିଶୁନାହିଁ ତବ ସତ୍ତା ।।

ଶୂନ୍ୟ ହେଲାଣି ଦେଶର ଅନ୍ନ ସରଘର

ବୁଭୁକ୍ଷୁ ଭ୍ରମନ୍ତି ପଥେ କରି ହା ହା କାର ।।

ବିକ୍ଷୋଭ କରନ୍ତି ସ୍ଥାନେ ସ୍ଥାନେ ପ୍ରଦର୍ଶନ

ଶ୍ରୁତିକି ଶୁଭେ କେବଳ କରୁଣ କ୍ରନ୍ଦନ ।।

ଅସ୍ଥି ପିଞ୍ଜର ହେଲେଣି କ୍ଷୁଧାତୁର ପ୍ରାଣୀ

ଆଣିବେ ନିଶ୍ଚୟ ରାଜ୍ୟେ ସାମ୍ୟବାଦେ ଟାଣି ।।

ବିଚ୍ୟୁତ ହୁଅନ୍ତି ଯେଉଁ ଦେଶେ କର୍ମଚାରୀ

ଗଣନାୟକ କରନ୍ତି ଖଣ୍ଟୁ ବଳି ଚୋରି ।।

ରଙ୍କ ଶୋଣିତ ଶୋଷନ୍ତି ନିର୍ଦ୍ଦୟ ବେପାରୀ

ସେ ଦେଶବାସୀ କେମନ୍ତେ ନ ହେବେ ଭିକାରୀ ।।

ସ୍ୱାଧୀନତା ବିଧ୍ୱଂସିବେ ଅରାତି ଅଚିରେ

ସ୍ୱର୍ଗୁ ଆସି ରକ୍ଷାକର ଦଳିତଙ୍କୁ ବାରେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics