STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୫

ସନେଟ -୫

1 min
14.2K


ଶୋକ ବିହ୍ଵଳା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଶଶୀ ବଦନା ମୋ ବିନେ କେମନ୍ତେ ବଞ୍ଚିବ

ଶର୍ବରୀ ଦିବସ ନେତ୍ରୁ ନୀର ଝରୁଥିବ ।।

ଶତହ୍ରଦା ତରଳାଙ୍ଗ ହେବଣି ଶିଥିଳ

ଶତପୁଟ ଶାତକୁମ୍ଭ ଜିତ ବର୍ଣ୍ଣିନୀର ।।

ଶତ ସହସ୍ରାଂଶୁ କାନ୍ତି ମଳିନ ହେବଣି

ଶଯ୍ୟା କରୁଥିବ ଶୋକେ ରସାରେ ଭାମିନୀ ।।

ଶାରଙ୍ଗ ଶାରଙ୍ଗ ଗତି ଶାରଙ୍ଗ ଭାଷିଣୀ

ଶଶୀଜୀବନ ଶାରଙ୍ଗ ଶାରଙ୍ଗ ହାସିନୀ ।।

ଶାରଙ୍ଗ ମଧ୍ୟମା ଚାରୁ ଶାରଙ୍ଗ ନୟନୀ

ଶମ୍ବରପର ଶାୟକେ ସଂଜ୍ଞା ହାରିବଣୀ ।।

ଶୋକ ବିହ୍ଵଳା କରଜେ କ୍ଷିତି ଚିରୁଥିବ

ଶଶ କିଶୋରୀ ବ୍ୟାକୁଳେ ଶିବ ଲୋଡୁଥିବ ।।

ଶାରଙ୍ଗ ଚମ୍ପା ଭେଟିବି ସଂକଟୁ ଉଦ୍ଧର

ଶଶିରୋହେ ବୋଲୁଥିବ ସଖୀ ନିରନ୍ତର ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics