Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୦

ସନେଟ -୪୦

1 min
7.0K


ଶେଷ ନିବେଦନ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଚପଳାଙ୍ଗୀ ଚପଳାକ୍ଷୀ ଚମ୍ପକ ବରନା

ବିକଚ କଞ୍ଜ ଲପନା ମାନସ ମୋହନା ।।

ସୁରଭି ପୁଷ୍ପ କୁଞ୍ଚିତ କୁନ୍ତଳ ମଣ୍ଡନା

ସଫରୀ-ନୟନା ସରୁ ମଧ୍ୟମା ନବୀନା ।।

ସୁମନା ଅଭିନ୍ନା ମମ ପ୍ରଣୟ ନିନୀଷୁ

ସନ୍ତାପିତ ପ୍ରାଣେ ପ୍ରୀତି ଗୀତି ଗାଇ ତୋଷୁ ।।

ଅୟି ! ନିରଞ୍ଜନା ଜ୍ଞାନ ବିଜ୍ଞାନ ନିଧାନ

ରକ୍ଷା କରିବୁ ମୋହର ଶେଷ ନିବେଦନ ।।

ସର୍ବଙ୍କଷ କାଳ ସ୍ରୋତେ ଯେବେ ଯିବି ଭାସି

ନ ଢାଳି ନୀର ନୟନୁ,ସନ୍ତାପ-ସରସୀ-

ନୀରେ ନ ଭାସି କରିବୁ ହରିଙ୍କ କୀର୍ତ୍ତନ

ଅଧମ ଆତ୍ମା ଲଭିବ ସାନ୍ତ୍ୱନା ନିର୍ବାଣ ।।

ନ ହେଲେ ଲଭିବ ଜୀବ ଭୀଷଣ କଷଣ

ମୋକ୍ଷ ପଥେ ବାଧା ଦେବ ତୋର ଆକର୍ଷଣ ।।


ସମାପ୍ତ


Rate this content
Log in

Similar oriya poem from Classics