STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩୬

ସନେଟ -୩୬

1 min
14.4K


ଦର୍ଶନାର୍ଥ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଚିତ୍ରପଟ ତବ,ମମ ସମ୍ମୁଖେ କାନ୍ଥରେ

ମାରିଅଛି, ମଧୁପତି ଅତି ଶ୍ରଦ୍ଧାଭରେ ।।

ଉଛୁଳଇ ଭକ୍ତି ଅଭ୍ବ ହୃଦୟ ସିନ୍ଧୁରେ

ଉଛୁଳେ ଯେହ୍ନେ ତଟିନୀ ଶ୍ରାବଣର ଧାରେ ।।

ହସି ଉଠେ ହର୍ଷ-କଞ୍ଜ ମନ-ସରସୀରେ

ଲକ୍ଷ୍ମଣ ବାଳ-କଳିନ୍ଦ କର ପରଶରେ ।।

ଶାନ୍ତି-ପିକ,ବସି ହୃଦ-ପିକବନ୍ଧୁ ଡାଳେ

ନିରାଶ ପରାଣେ ଆଶା-ସଂଜୀବନି ଢାଳେ ।।

ଶୁଷ୍କକଣ୍ଠୁ ପ୍ରୀତିଭରା ଗାନ ଛୁଟି ଖେଳେ

ବସନ୍ତର ମନ୍ଦ ମନ୍ଦ ମଳୟ-ହିଲ୍ଲୋଳେ ।।

ଝୁଲାଇଛି କି କାରଣେ କୃପାସିନ୍ଧୁ ଛବି

ମୋ ଶୟନାଗାରେ,କହ ପାରୁଛ କି ଭାବି ?

ନୁହେଁ ମାଗିବାକୁ ଧନ ମାନ କିଞ୍ଚିତରେ

କେବଳ ପ୍ରାତଃ ଦର୍ଶନ ପ୍ରାପ୍ତି ଆକାଂକ୍ଷାରେ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics