STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩୫

ସନେଟ -୩୫

1 min
13.9K


ଦର୍ଶନେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସୁଆତି ନୀରେ ସାରଙ୍ଗ କରେ ଯେହ୍ନେ ଆଶା

ଏ ଅଭାଗା ଦୁଃଖୀ କରି ସମ୍ପୂର୍ଣ୍ଣ ଭରସା ।।

ପୂଜୁଛି ଶ୍ରୀପତି ତବ ପୂତ ଶ୍ରୀଚରଣେ

ଲଭିବାକୁ ଆଶା ରଖି ଦୟା କୋଷୁ ଧାନେ ।।

ପରମ ଦୟାଳୁ ହୋଇ ଅମୀବ ଅବ୍ ଧୀରେ

କିପାଁ ଠେଲି ଦେଇଛ ମୋ ଜୀବ ତରଣୀରେ ।।

ଜପେ ନାମ କ୍ଳେଶ-ସିନ୍ଧୁ ପାରିହେବା ପାଇଁ

କର ତାରଣ କରୁଣା-କଟାକ୍ଷେ ଅନାଇଁ ।।

ଡରିବି ନାହିଁ କୋପକୁ ଭରସି କହିବି -

ଦୁଃଖକୁ,ନ ହେଲେ ଏଥୁଁ କେମନ୍ତେ ତରିବି ।।

ଘୁଞ୍ଚାଇ ମାୟା ମୋହର ଘନ କୁଜ୍ଝଟିକୁ

ଦାନ ଦିବ୍ୟ ଚକ୍ଷୁ ଦୀନହୀନ ଅନୁପକୁ ;

ଲଭି ଦର୍ଶନ ଆନନ୍ଦ ମୋହନ ପୟର

ହେଉ ସଦ୍ଗତି ପାପ ପଙ୍କିଳ ଆତ୍ମାର ।।

ସମାପ୍ତ


Rate this content
Log in

Similar oriya poem from Classics