STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩୩

ସନେଟ -୩୩

1 min
14.2K


ପରପାରେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଜୀବନେ ଲଭି ନିୟତି କଶାଘାତ ନିତି

ପାରୁନି ଆଗେଇ ଆଉ ପଥେ ଛାତି ପାତି ।।

ପ୍ରବେଶିଛି ଅପଘନେ ମନେ ଦୁର୍ବଳତା

ଚରଣେ ଶରଣ ଗଲି ଜଗତ କରତା ।।

ବ୍ୟଥା ବଖାଣୁଛି ନୀର ନୟନରୁ ମୁଞ୍ଚି

ମୂକ କଣ୍ଠୁ ସ୍ଫୁରୁ ବାଣୀ, କ୍ଳେଶ ଯାଉ ଘୁଞ୍ଚି ।।

ପତିତପାବନ ଦୀନ ଦୁରିତ ନାଶନ

ଭକତ ଜୀବ ଜୀବନ ଅଘ ବିନାଶନ ।।

ଶୂନ୍ୟ ଆଶା ପାତ୍ର ଭରି ଦିଅ କୃପାଦାନେ

ଛିନ୍ନ ହୃଦ-ବୀଣା ବାଜି ଉଠୁ ମଧୁତାନେ ।।

ଭସାଇବି ଜୀବ ତରୀ ସେବାର-ସାଗରେ

ଝଡଝଞ୍ଜା ପାରିବନି ଅଟକାଇ ତାରେ ।।

ପରପାରେ ଅପ୍ରତୁଳ ଲଭିବି ଆନନ୍ଦ

ନିତ୍ୟ ସେବି ପଦ୍ମପାଦ, ହେ ପରମାନନ୍ଦ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics