STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩୦

ସନେଟ -୩୦

1 min
13.8K


ଜପୁଥିବି ନାମ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ନେତ୍ର ଅଗୋଚର ତୁମେ ଆହେ ଜନ୍ମଦାତା

ତଥାପି ଦିଦୃକ୍ଷା ତବ ଜାଗଇ ସର୍ବଥା ।।

ମାନସ ସିନ୍ଧୁରେ ଏହି ଭାବ ଊର୍ମ୍ମି ଖେଳେ

ଖେଳେ ଯଥା ମୋଦେ ମୀନ ଗାଢ଼ ସରସୀରେ ।।

ଫୁଟି ବାସନା-ବନଜ ହୃଦୟ-କାସାରେ

ବିତରିବ କି ସୁରଭି ଭାବେ ମୁଁ ମନରେ ।।

ସଂପ୍ରତେ ନ ହୁଏ ଯେଣୁ ମହିମା ଅପାର

ବେନି କର୍ଣ୍ଣ ଦେଇ ସୁଦ୍ଧା କରିଛ ବଧିର ।।

ଅମ୍ବୁଜ ଅମ୍ବକ ଦେଇ ଅନ୍ଧ ବନାଇଛ

ମନ୍ଦିର ଦ୍ୱାର ସତତ ରୁଦ୍ଧ କରିଅଛ ।।

ସୁଖଦ ହେଲେ ହେଁ ତୁମ୍ଭେ ମୋ ପ୍ରତି ନିର୍ମମ

ସଶୀଳ ନହେବ କେବେ ଚିନ୍ତାଧାରା ମମ ।।

ହୁଅ ନ ହୁଅ ପ୍ରସନ୍ନ ଅନବରତରେ

ଜପୁଥିବି ନାମ ତବ ବସି ସିଂହଦ୍ୱାରେ ।।


ସମାପ୍ତ


Rate this content
Log in

Similar oriya poem from Classics