STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୫

ସନେଟ -୨୫

1 min
13.7K


ବହୁରୂପୀ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଜନମି ଭଙ୍ଗୁର ଭବେ ମୂରୁଖ ମାନବ

ଜୀବନ ନାଟକେ କରେ କେତେ ନବନବ -।

ଅଭିନୟ ; କେବେ ସାଜେ ଧୂର୍ତ୍ତ ଅଭିମାନୀ

କେବେ ମହା ଗର୍ବୀ କୂଟ କପଟିଆ ଧନୀ ।।

ନିରୀହ ଜନ ପୀଡ଼କ କ୍ଷତଜ ଶୋଷକ

ଲାଞ୍ଚୁଆ ରାଜନୈତିକ,ଲମ୍ପଟିଆ ଠକ ।।

ନିତି ପ୍ରତି ଏହିପରି ହୋଇ ନାନା ବେଶ

ଗୁଆଁର ମନକୁ ସେହୁ କରୁଥାଏ ତୋଷ ।।

ମୋହ-କାଦମ୍ବରୀ ପାନେ ହୋଇଣ ଉନ୍ମତ୍ତ

କରେ ବିକୃତ ଭାବନା ମରତେ ପତିତ ।।

ଲେଶେ ଭାବେନା ହେବାକୁ ଜନତା ସେବକ

ବୁଭୁକ୍ଷା ପୀଡ଼ିତ ଦୀନହୀନ ସହାୟକ ।।

ତିଳେ ନ ଡରେ କରାଳ କାଳର ଗତିକୁ

ଅନାଏଁ ନାହିଁ କେବେ ହେଁ ଅମୃତ ପଥକୁ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics