STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୪

ସନେଟ -୨୪

1 min
12.9K


ବିଶ୍ରାମ ଦିଅ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଜଗତ ପାନ୍ଥ ନିବାସେ ନୂଆଁ ନୂଆଁ ନିତି -

ଆସୁଛନ୍ତି କେତେ ପାନ୍ଥ ଶୂନ୍ୟ ଥାଳ ପାତି ।।

ଦ୍ୱାରେ ଦ୍ୱାରେ ଦିନା କେତେ ଭିକ୍ଷା ମାଗି ପରେ

ଲୋଳା ବରେ ପରିପୂର୍ଣ୍ଣ ହୁଅନ୍ତି ସମ୍ବଳେ ।।

କଳେ ବଳେ କଉଶଳେ ଦରିଦ୍ର ଶୋଣିତ

ଶୋଷି, ତା'ପରେ ଗରିମା ଦେଖାନ୍ତି ଉଦ୍ଧତ ।।

କାଳ ଅନୁକ୍ରମେ ସର୍ବେ କରି ପତ୍ର ଖାଲି

ପଡ଼େ ନାହିଁ ଜଣା କିଏ କାହିଁ ଯାନ୍ତି ଚାଲି ।।

ପୁଣି ଆସନ୍ତି ଥୋକାଏ ଏହି ପାନ୍ଥ ଶାଳେ

ଦ୍ୟନ୍ତି ନାହିଁ ଦେଖା ଆଉ ରଜନୀ ପାହିଲେ ।।

ଲାଗିଛି ଏପରି ଲୀଳା ଯୁଗ ଯୁଗ ଧରି

ତ୍ରାହି ଭଜିଲେଣି ପାନ୍ଥ ନାଟ କରି କରି ।।

ସୂତ୍ରଧର ! କର ଦୟା, ଏମାନଙ୍କ ପ୍ରତି

ଦିଅ କିଞ୍ଚିତ ବିଶ୍ରାମ, ମିଳୁ ତାଙ୍କୁ ଶାନ୍ତି ।।



ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics