STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୦

ସନେଟ -୨୦

1 min
13.5K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


କହିଛନ୍ତି ବହୁ ବିଜ୍ଞବ୍ୟକ୍ତି ଶୁଣିଅଛି

ପର ଉପକାରୁ ବଳି ପୁଣ୍ୟ ନାହିଁ କିଛି ।।

ଇହ ଜଗେ ଧର୍ମ ଗ୍ରନ୍ଥ ମଧ୍ୟ ତାହା କହେ

ଭାରତେ ଏହାହିଁ ଗାଇ ସୁରଧୁନି* ବହେ ।।

ଏହିଭାବ ଏବେ ସୁଦ୍ଧା ନର ମନ ରଞ୍ଜେ

ହିନ୍ଦୁସ୍ତାନ ନାଗରିକ ମର୍ମେ ମର୍ମେ ଗୁଞ୍ଜେ ।।

ଅଜ୍ଞାନତା ବଶେ କରିଥିଲେ ହେଁ ମୁଁ ପାପ

ବୁହାଇ ଥିଲେ ହେଁ ଅଶ୍ରୁ କରି ଅନୁତାପ ।।

ଦେଇ ନାହିଁ ଦେବି ନାହିଁ କେବେ ପଛଘୁଞ୍ଚା

ଦୀନହୀନ ସେବିବାରେ, ଏହା ମମ ବାଞ୍ଛା ।।

କାଳର କୁଟିଳ ଗତି ଅବାଟେ ଚିତ୍ତକୁ

ଟାଣିଲେ ହେଁ ରଖିବି ମୁଁ ନିଶ୍ଚେ ପ୍ରତିଜ୍ଞାକୁ ।।

କୃତଘ୍ନ ହେଲେ ହେଁ ମର୍ଯ୍ୟ ତିଷ୍ୟ ପ୍ରଭାବରେ

ସାରା ଜୀବନ ସେବିବି ଦୀନ ଲଳିତାରେ ।।

ସମାପ୍ତ

* ସୁରଧୁନି = ଗଙ୍ଗାନଦୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics