STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧୭

ସନେଟ -୧୭

1 min
12.8K


ଏହି ମତେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଖୋଜି ବୁଲେ ଇହ ମନ ବିଭୁ ଅବିରଳେ

ଜୀବନ ସାରା ବିକଳେ ତଥାପି ନ ମିଳେ ।।

ହତାଶ ନାହିଁ କ୍ଷେତ୍ରଜ୍ଞ ମୋକ୍ଷ ପାଇଁ କରେ

ନାନା ଉପାୟରେ ଚେଷ୍ଟା ବହୁ ଆଶା ଭରେ ।।

ଲଭଇ କି ପ୍ରାଣୀ କେବେ ସୁଖ ଜଗତରେ

ଲଭଇ କି ପୁଣି ମୁକ୍ତି ପ୍ରାଣ ପରପାରେ ?

ଘଟିବ ନିଶ୍ଚେ କରମେ ଯାହା ଲେଖାଥିବ

ଯେ ଯାହା ଉପାୟ କଲେ ଆନ ନ ହୋଇବ ।।

ଅନୁଷ୍ଠାନ ଯଜ୍ଞ ଆଦି ଶଠଙ୍କ ଉପାୟ

ବଦଳେ କି ଭାଗ୍ୟ କେବେ କଲେ ଅପବ୍ୟୟ ।।

ଜନମି ସଂସାରେ କାର କର ନା ଅନିଷ୍ଟ

ନିତ୍ୟ ଶୁଶ୍ରୁଷାରେ କର ଦୁଃଖୀରେ ସନ୍ତୁଷ୍ଟ ।।

ଏଥୁ ବଳି ନାହିଁ ଧର୍ମ କରମ ମରତେ

ଚଳନ୍ତୁ ଦଇନି ଘେନି ସର୍ବେ ଏହି ମତେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics