STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧

ସନେଟ -୧

1 min
14K


ଅବବୋଧ ସ୍ଵୀକାର


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ନାନାବିଧ ଧର୍ମ ନର ପାଳନ୍ତି ସଂସାରେ

ହୁଅନ୍ତି ନା ଏକମତ କେହୁ କାହା ସାଥେ ।।

ବିଧାତା ଅଛନ୍ତି ବୋଲି ସର୍ବେ ଏକମତ

କହିଛନ୍ତି ବାଇବଲେ ଶ୍ରୁତିରେ କୋରାଣେ

କେହି କିନ୍ତୁ ଦେଇ ପାରିନାହାନ୍ତି ସନ୍ଧାନ

ଏଣୁ ଅନ୍ଧକାରେ ନର ଆଲୋକ ଆଲୋଡ଼େ ।।

ପୁନର୍ଜନ୍ମ ନାହିଁ ବୋଲେ ଖ୍ରୀଷ୍ଟାନ, ଯବନ

ପୁନର୍ଜନ୍ମ ହୁଏ ବୋଲେ ସନାତନ ଧର୍ମ ।।

ମୁଢ଼ ମାନବ ଏହାର ରହସ୍ୟ ବୁଝେ କି ?

ଜୀବନକୁ ନଷ୍ଟ କରେ ବୃଥା ଭାଳି ଭାଳି ।।

" ପାନ ଗାନ ସୌନ୍ଦର୍ଯ୍ୟରେ କଟାଅ ଜୀବନ

ରୁବାୟତେ ଲେଖିଛନ୍ତି ଓମରଖୟାମ ।।

ବଚନ ତାଙ୍କ ପରତେ ହୁଅଇ ନାହିଁ କି ?

ମୋ ମନ ମାନେ ସେ କଥା କେଜାଣି କାହିଁକି ? ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics