Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ସ୍ନେହଫୁଲ

ସ୍ନେହଫୁଲ

1 min
228



ଏ ଯେ ସ୍ନେହଫୁଲ ମା'ର 

ମମତାର ଗଛରେ ଫୁଟିଥିବା ଫୁଲ

ଯାହା କେବେ ହୁଏନି ବାସି 

ଏ ପାଖରେ କେବଳ ଗୁଣଥାଏ 

ଏ ଫୁଲ ସଦା ସତେଜ ଦୋଷହୀନ, 


ଏହି ସ୍ନେହଫୁଲ ଆନନ୍ଦର

ଶ୍ରଦ୍ଧା ମାଟିର ମହକେ ସନ୍ନିହିତ ଏ ଫୁଲ

ଏ ଫୁଲରେ ନଥାଏ କଣ୍ଟା ଆଦି

ଏଠାରେ ଥାଏ କୋମଳ ପତ୍ର ପରି ପଣତ

ଏ ଫୁଲ ଅବିନାଶୀ ଅସୀମ, 


ଏ ସ୍ନେହଫୁଲ ପାଇଁ ସାରା ସଂସାର ବଗିଚା

ଅନୁରାଗର ପସରା ଦେଖିବାକୁ ମିଳେ

ଏଠାରେ ବିୟୋଗ ନଥାଏ କେବଳ ଯୋଗ

ଏ ଫୁଲ ମୂଲ୍ଯ ଅମୂଲ୍ଯ ଅତୁଳନୀୟ

ଏହି ଫୁଲ ସର୍ବ ରଙ୍ଗରେ ରଙ୍ଗାୟିତ, 


ଏ ସ୍ନେହଫୁଲ ସମ୍ପର୍କ ମୂଳଦୁଆର ଏ ନିର୍ମାଣକର୍ତ୍ତା

ସମ୍ପତ୍ତି ସମ୍ପଦ ଏହାକୁ ଚିହ୍ନିବା ଅସମ୍ଭବ

ଏ ଫୁଲ ଲୋଭ ଦ୍ୱେଷହୀନ ମନ ଦେଖେ

ଏହି ଫୁଲ ରଚିଛି ଅନେକ ପରିବାର

ଏହାର ପତ୍ରରେ ତିଆରି ହୁଏ ଘର

ଏ ଫୁଲ ସୁଖ ହିଁ ସୁଖ ଦିଏ ସଦାସର୍ବଦା। 



Rate this content
Log in

Similar oriya poem from Abstract