STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ସ୍ନେହ -ପ୍ରେମ

ସ୍ନେହ -ପ୍ରେମ

1 min
426

ସ୍ନେହ -ପ୍ରେମ ଅଟେ ଜୀବନ ଆଧାର

ବଞ୍ଚିବା ବାହାନା ଟିକ

ଖାଦ୍ୟ ବାସ ଭଳି ମନୁଷ୍ୟ ସମାଜେ

ନିହାତି ଏ ଆବଶ୍ୟକ


ଶାଗ ଭାତ ହେଉ ମାଂସ ଭାତ ହେଉ

ଯେଝା ମତେ ଯେଝା ଖାଇ

ଜୀବନ ଧାରଣେ ସଂଘର୍ଷ କରନ୍ତି

ନିଜ ସକ୍ଷ ଅନୁଯାୟୀ


ଯାହାର ଆତ୍ମୀୟ ଯେତେ ସୁଖେ ଥାଉ

ପୋଷେ କି ଦୁଃଖୀ ବନ୍ଧୁରେ

ଦିନେ ଅଧେ ବନ୍ଧୁ ସାହାଯ୍ୟ କରିବ

ସବୁଦିନେ ନ ପଚାରେ


ସ୍ନେହ ବୋଳା ପଦେ କଥା ତ ଦୁର୍ଲଭ

ସ୍ୱାର୍ଥେ ରତ ସମାଜରେ

ବଚନେ ଅଜଣା ଅଚିହ୍ନା ନିଜର

ନିଜ ଲୋକ ଯାନ୍ତି ଦୂରେ


ପ୍ରେମ ଭରା ହୃଦେ ଈଶ୍ଵର ନିବାସ

ଦୟା କ୍ଷମା ରସଭରା

ପ୍ରେମ ସ୍ମୃତି ଅଟେ ମଧୁଠୁ ମଧୁର

ଜୀଇଁବା ପ୍ରେରଣା ପରା


ବିଶ୍ୱାସ ଭରଷା ସମ୍ପର୍କରେ ବନ୍ଧା 

ପରିବାର ସ୍ୱର୍ଗ ତୁଲ୍ୟ

ଅମୃତଝରା ଟି ବିନମ୍ର ବଚନ

ସଂସାରେ ଅମୁଲ ମୁଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract