ସନ୍ଧ୍ୟାକାଳ
ସନ୍ଧ୍ୟାକାଳ
ବାରୁଣୀ ତଟରେ ଲୁଚି ଗଲେଣି ରବି
କି ସୁନ୍ଦର ଦିଶେ ସେଇ ଲୋହିତ ଛବି l
ଆସିଲାଣି ସନ୍ଧ୍ୟାକାଳ ଧରଣୀ ବୁକେ
ଫେରିଲେଣି ପକ୍ଷୀଦଳ ବାସର ମୁଖେ l
ମୁହଁ ସଂଜ ଅନ୍ଧାରରେ ପ୍ରକୃତି ରାଣୀ
ଯାମିନୀର ଅପେକ୍ଷାରେ ସଜ ହେଲାଣି l
ଶୁଭିଲାଣି ଦେବାଳୟେ ଘଣ୍ଟ ଆଳତି
ଜଳିଲାଣି ସନ୍ଧ୍ୟା ଦୀପ ସଜଳେ ଅତି l
ଫେରିଲେଣି ଗୃହେ ନର ମୁହଁ ଅନ୍ଧାରେ
ସାରି ନିଜ କର୍ମ ସବୁ ନିଜ ବାଟରେ l
ଦିଶିଲେଣି ତାରାପୁଞ୍ଜ ନୀଳ ଗଗନେ
ଉଇଁଲେଣି ନିଶାକର ଧ୍ୟାନ ମଗନେ l
ବହେ ମୃଦୁ ସମୀରଣ ପ୍ରଶାନ୍ତ ଚିତ୍ତେ
ଭ୍ରମିଲେଣି ଶୃଗାଳ ଗାଁ ଗହୀର ପଥେ l
ଅଦୂର ପଲ୍ଲୀରୁ ଦିଶେ ମିଞ୍ଜି ମିଞ୍ଜି ଆଲୋକ
ଅନ୍ଧାରରେ ଛାଇଲାଣି ଗାଁ ଗଣ୍ଡା ମୂଲକ l
ଦୂର ତାଳବଣ ପୁଣି ଫସଲ କ୍ଷେତ
ମୁହଁ ଅନ୍ଧାରରେ ଧିରେ ହେଲେଣି ଅନ୍ତ l
ଫେରିଲେଣି ବାଳକେ ଛାଡି କ୍ରୀଡାଙ୍ଗନ
ପ୍ରକୃତି କୋଳରେ ଦେଖି ସନ୍ଧ୍ୟା ଆଗମନ l
ଫେରିଲେଣି ଚଷା ଭାଇ କ୍ଷେତରୁ ତାଙ୍କର
ମୁହଁ ସଂଜ ଅନ୍ଧାରରେ ହୋଇ ତରତର l
ଦିବସର କର୍ମ କ୍ଳାନ୍ତେ ପ୍ରକୃତି ରାଣୀ
ବିଶ୍ରାମ ପଥରେ ଧିରେ ନିଦ୍ରା ଗଲାଣି l
