STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ସନ୍ଧ୍ୟା

ସନ୍ଧ୍ୟା

1 min
23K


ଭାରି ଭଲ ଲାଗେ

    ଗୋଧୂଳି ଗଗନେ

        ସଞ୍ଜ ଯେବେ ଆସେ ନଇଁ,

ଗାଈପଲ ନେଇ

     ଫେରେ ଗାଈଆଳ

         ଆନନ୍ଦରେ ଗୀତ ଗାଇ। 


ମଧୁ କଳରବେ

     ମଗନ ବିହଙ୍ଗେ

         ହରଷେ ଡେଣା ହଲେଇ,

ଦଳ ଦଳ ହୋଇ

      ବାହୁଡନ୍ତି ନୀଡ଼େ

          ନଭ ଅଙ୍କ ମଣ୍ଡି ଦେଇ। 


ନୂପୁର ନିକ୍ଵଣେ

      ମଜ୍ଜେଇ ଅଗଣା

           ଅବଗୁଣ୍ଠନ ସଜେଇ,

ସଞ୍ଜ ହାତେ ବଧୂ

      ମାଗେ କଇଲାଣ

           ବୃନ୍ଦାବତୀ ପାଶେ ଯାଇ। 


ସରୋଜ ଲପନ

      ବିଷାଦେ ମଗନ

           ‌ନଭେ ତପନ ନ ପାଇ,

ଅଭିସାର ଶେଯ

      ସଜାଏ ହରଷେ

          ‌‌ ମିଳନ ପିଆସୀ କଇଁ। 


ସମୟ ସୁଅରେ

      କିଏ ପାଏ ସୁଖ

           କିଏ ବା ଦୁଃଖ ସହଇ, 

ଉଷା ଆଗମନେ

       ହସିବ ପଙ୍କଜ

           ବିରହେ କାନ୍ଦିବ କଇଁ। 


ଘଣ୍ଟ ଘଣ୍ଟା ଧ୍ଵନି

       ଶୁଭେ ଦେବଆଳେ

            ଦେବ ନୀରାଜନା ପାଇଁ,

ମଣିଷ ଅନ୍ତରେ

       ଜଳୁ ଜ୍ଞାନ ଦୀପ

            ହେ ପ୍ରଭୂ ! ଜଗତ ସାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational