ସନ୍ଧ୍ୟା
ସନ୍ଧ୍ୟା
ଜୟ ଜୟ ସନ୍ଧ୍ୟା ଦେବି ତୁମକୁ ପ୍ରଣତି
ତୁମରି ଆଶିଷ ଝରୁ ଥାଉ ନୀତି
ତୁମ ଆଗମନେ ମାଆ ଶୁଭ ଶଙ୍ଖ ବାଜଇ
ସବୁ ଆଡ଼େ ପବିତ୍ର ନାଦ ଶୁଭଇ
ଘରେ ଘରେ ମାଆ ଜାଳେ ସଂଜ ବତୀ
ସବୁ ମନ୍ଦିର ରେ ହୁଏ ମଙ୍ଗଳ ଆରତୀ
ସନ୍ଧ୍ୟା ବେଳ ରେ କେହି ନ କରେ ଭୋଜନ
ଶେଜରେ କେହି ନ କରଇ ଶୟନ
ସନ୍ଧ୍ୟା ବେଳ ରେ ସବୁ ଧର୍ମ କୁ କରନ୍ତି
ଘରେ ଘରେ ଭାଗବତ ପାଠ ଯେ କରନ୍ତି
ସନ୍ଧ୍ୟା ହେଲେ ପକ୍ଷୀ ବସା କୁ ଫେରନ୍ତି
ଗୋ ମାତା ନିଜ ଗୁହାଳ ରେ ରହନ୍ତି
ଚାଷ ସାରି ଚଷା ଆସନ୍ତି ଘରକୁ
ସନ୍ଧ୍ୟା ବେଳେ ସର୍ବେ ବନ୍ଦନ୍ତି ଈଶ୍ୱର ଙ୍କୁ
