Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
294


ଈଶ୍ୱର ସୃଷ୍ଟିତ   ବିଚିତ୍ର ଜଗତ

  ପକୃତି ସୌନ୍ଦର୍ଯ୍ୟ ଭରା

ଉପଭୋଗେ ଶୋଭା ଅତି ମନଲୋଭା

   ହରେ ମନ ପ୍ରାଣ ଭାରା ।


ସକାକ ସୁରୁଜ   ନାଲିଆ ମୁରୁଜ

   ବୁଣଇ ମହି ବକ୍ଷରେ

ତ୍ୟେଜି ନିଜ ନୀଡ଼ ଖୋଜନ୍ତି ଆହାର

   ପକ୍ଷୀମାନେ କୋଳାରବେ ।


ପକୃତିର କୋଳେ  କେତେ ଶୋଭା ଖେଳେ

   ଈଶ୍ୱର ପ୍ରଦତ୍ତ ଆଭା

ସୁରୂଜ ସଞ୍ଜରେ ଫେରେ ମାଆ କୋଳେ

    ରକ୍ତିମ ଆକାଶେ ଶୋଭା ।


ସନ୍ଧ୍ୟା ଭ୍ରମଣରେ ଆନନ୍ଦ ମନରେ

   ଶ୍ରମ ହୁଅଇ ଲାଘବ

ପଶ୍ଚିମ ଆକାଶେ ଫଲ୍ଗୁ ହସେ

    ଦେଖି ଉଲ୍ଲାସ ଭରିବ ।


ସ୍ୱାସ୍ଥ୍ୟ ପାଇଁ ହିତ ସନ୍ଧ୍ୟା ଭ୍ରମଣ ତ

    ବହୁଥିବ ମୃଦୁ ବାଆ

ଭାସି ଆସୁଥିବ କାକଳୀର ସ୍ୱର

    ହୋଇ ସେ ଘର ବାହୁଡା ।


ଗୋ ଧୂଳି ଉଡ଼ିବ ଗୋ ପଲ୍ଲ ଫେରିବ

    ଜଳୁଥିବ ସଞ୍ଜ ବତୀ

ପାଖ ମନ୍ଦିରରୁ  ଭାସି ଆସୁଥିବ

    ଶବଦ ଘଣ୍ଟ ଆଳତି ।


ନୂଆ ବୋହୂଟିଏ  ସଞ୍ଜ ବଳିତାଏ

   ଜାଳେ ବୃନ୍ଦାବତୀ ପାଶେ

ପରିବାର କଥା  ଆଉ କେତେ ବ୍ୟଥା

    ମନେ ମଙ୍ଗଳ ମନାସେ ।


ଅନ୍ଧାର ତ ହରେ  ଆଲୋକ ମାଳାରେ

    ସତେ ଅବା ଖଦ୍ୟୋତିକା

ହସଇ ମେଦିନୀ ସତେ ଚନ୍ଦ୍ରାନନୀ

    ଅନ୍ଧାରି ମୁଲକେ ଏକା ।


ଗୀତା ଭାଗବତ  ବାଣୀର ମହତ୍ବ

   ଶୁଭୁଥିବ ସଞ୍ଜ ବେଳେ

ମେଳା ମଉଛବ  କେତେ ଯେ ଉତ୍ସବ

    ମୁଖରିତ କୋଳାହଳେ ।


ସୂର୍ଯ୍ୟ ହେବେ ଅସ୍ତ ପାଦ ଦିଏ ରାତ୍ର

    ହରଇ କର୍ମ ବନ୍ଧନ

ସକାଳ ଓ ସନ୍ଧ୍ୟା କାଳ ହସ୍ତେ ବନ୍ଧା

    ଦିବା ରାତ୍ରର ମିଳନ ।


Rate this content
Log in

Similar oriya poem from Inspirational