STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
244

ଅତି ମନୋହର ଅଛି ହିଁ ଉଦ୍ୟାନ

  ରାମବାବା ତପ ସ୍ଥଳୀ,

ସୁନ୍ଦର ମନ୍ଦିର ନିର୍ମିତ ତହିଁରେ

  ବାବା କଳ୍ପେଶ୍ବର ସ୍ଥଳୀ।


ଶଙ୍ଖ ହୁଳହୁଳି ଘଣ୍ଟର ସ୍ବନ୍ନଟି

  ନମଃଶିବାୟ ର ରାବ୍ ,

ଭକ୍ତିପୂର୍ଣ୍ଣ ହୁଏ ପବିତ୍ର ଉଦ୍ୟାନ

  ହରେ ଭକ୍ତଙ୍କର ରାବ୍ ।


ସନ୍ଧ୍ୟାର ଭ୍ରମଣ ପବିତ୍ର ଉଦ୍ୟାନେ

  ଭକ୍ତିପୂର୍ଣ୍ଣ ହୁଏ ମନ,

ମଳୟ ପବନ ବହୁ ଥାଏ ତହିଁ

  ବୃକ୍ଷ ଲତା ପରିପୂର୍ଣ୍ଣ।


ସୁନ୍ଦର ପୁଷ୍ପରେ ସଜ୍ଜିତ ଉଦ୍ୟାନ

  ବୃକ୍ଷେ ଫଳ ମାଳମାଳ,

ପଟାନ୍ତର ନାହିଁ ଅତି ମନୋରମ

   ପକ୍ଷୀଙ୍କର କଳାହୋଳ।


କୋଇଲିର ସ୍ବନ୍ନ ମନ ମହୁ ଥାଏ

  ପୁଷ୍ପ ଗନ୍ଧର ସଞ୍ଚାରେ,

ନମଃଶିବାୟର ନାମ ଗୁଞି ଥାଏ

  କଳ୍ପେଶ୍ବର ଶିବଙ୍କରେ।


ଖଡ଼ଖାଇ ନଦୀ ପ୍ରବାହିତ ତହିଁ

  ଉଦ୍ୟାନର ଧାରେ ଧାରେ,

ସନ୍ଧ୍ୟା କାଳ ପୁଣି ସୂର୍ଯ୍ୟଙ୍କର ଅସ୍ତ

  ଅପୂର୍ବ ଦୃଶ୍ୟ ସେଠାରେ।


ବିଚ୍ଛନ୍ନାଚଳର କଳାବାଡିଆ ଗାଁ

  ଉଦ୍ୟାନଟି ଅବସ୍ଥିତ,

ଜିଲ୍ଲା ସଢୈଇକଳା ଓ ଖରସୁଆଁ

  ଗାଆଁ ତହିଁ ଅବସ୍ଥିତ।


ବ୍ଲକ ରାଜନଗର ଗାଁ ର ଅଟେଟି

  ଉଦ୍ୟାନଟି ଏହୁ ବ୍ଲକେ,

ଭକ୍ତିର ସନ୍ଦେଶ ଦିଏ ଜନଜନେ

  ତପ୍ୟାସର ଏହୁ ବ୍ଲକେ। 


ଭ୍ରମଣ ନିମନ୍ତେ ଆସୁଥାନ୍ତି ଜନେ

  ସନ୍ଧ୍ୟା ସମୟରେ ନିତ୍ୟେ,

ଦର୍ଶନ କରିଣ ଅକର୍ମା ଦାନୀଙ୍କୁ

  ଭ୍ରମଣ ଉଦ୍ୟାନେ ନିତ୍ୟେ।


ସନ୍ଧ୍ୟା ସମୟରେ ଭକ୍ତ ଆଗମନ

  ଶିବଙ୍କ ଦର୍ଶନ ପାଇଁ,

ନର ନାରୀଙ୍କରେ ପୂର୍ଣ୍ଣ ଟି ଉଦ୍ୟାନ

  ଇଚ୍ଛା ଭ୍ରମଣର ପାଇଁ।


ସନ୍ଧ୍ୟା କାଳେ ଏହୁ ମହୁ ଥାଏ ମନ

  ସୁନ୍ଦର ଉଦ୍ୟାନ ଦୃଶ୍ୟ,

ଭ୍ରମଣ କରିଲେ ଉଦ୍ୟାନ ସାରାଟି

  ମହିତ କରେଟି ଦୃଶ୍ୟ।


ସନ୍ଧ୍ୟାରେ ଭ୍ରମଣ ତପସ୍ବୀ ଉଦ୍ୟାନେ

  ସୁସ୍ଥ ହୁଏଟି ବଦନ,

କଳ୍ପେଶ୍ବର ଭକ୍ତି ହୃଦେ ଗୁଞ୍ଜୁ ଥାଏ

  ପବିତ୍ର ହୁଅଟି ମନ।


Rate this content
Log in

Similar oriya poem from Inspirational