STORYMIRROR

Swatishree Pandit

Drama Classics Others

4  

Swatishree Pandit

Drama Classics Others

ସନ୍ଦେହ

ସନ୍ଦେହ

1 min
293

ତୁମ ପ୍ରେମର ମଳୟ ସ୍ପର୍ଶରେ

ପ୍ରାଣ ହେଉ ଥିଲା ମୋ ପୁଲକିତ

ଜୀବନର ହସକାନ୍ଦ ସୁଖଦୁଃଖ

ସବୁ ତୁମ ପାଖରେ ବନ୍ଧା

ତୁମ ଭିତରେ ଖୋଜେ ମୁଁ ନିଜକୁ

ମୋ ଜୀବନ ପରିସୀମା ତୁମେ

ଜୀବନର ଅଙ୍କା ବଙ୍କା ଚଲାପଥରେ

ତୁମର ହୋଇଚାଲି ବି ବୋଲି

ଦେଖିଥିଲି ଅନେକ ସ୍ଵପ୍ନ

ହେଲେ ସନ୍ଦେହ ନାମକ

ଚକ୍ରବ୍ୟୁହ ରେ ଘାଣ୍ଟି ଚକଟି

ଜୀବନର ପ୍ରତି ମୁହୂର୍ତ୍ତକୁ କଲ ଜର୍ଜରିତ

ଅମୂଲ୍ୟ ମୁହୂର୍ତ୍ତ ସବୁ ଆଖି ଆଗେ

ଝଲସି ଉଠି କରୁଛି କ୍ଷତାକ୍ତ

ଅତୀତ ହୋଇ ଉଠିବକି ସତ

ସ୍ମରଣ କରି ହୃଦୟରେ ଜମାଟ ବାନ୍ଧିଥିବା

ଅସଂଖ୍ୟ ଭାବକୁ ଚୁରମାର କରିଦେଲ

ଲାଞ୍ଛନା ର ଦାଗରେ ଲାଞ୍ଛିତ କଲ

କଳଙ୍କିତ ଫର୍ଦ୍ଦ ଯୋଡି

ସବୁ କିଛି କଲ ଶେଷ

- ସନ୍ଦେହ ଜ୍ୱଳା ରେ ଜର୍ଜରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama