STORYMIRROR

Baman Chandra Dixit

Tragedy

2  

Baman Chandra Dixit

Tragedy

ସନ୍ଦେହ ଏ ସମୟକୁ

ସନ୍ଦେହ ଏ ସମୟକୁ

1 min
850



ବାମନ ଚନ୍ଦ୍ର ଦୀକ୍ଷିତ।


ତୋର ଏ ନାକ ଫୁଲ ରାଗ

ବେଳେ ବେଳେ ଭଲ ଲାଗୁନି,

ସମସ୍ତ କ୍ଷଣଙ୍କୁ ଏମିତି ତୀକ୍ଷ୍ଣ କଟାକ୍ଷ ରେ

କ୍ଷତ ବିକ୍ଷତ କରନା ଭଲ ଲାଗୁନି।

ଭାବ ନା ମୁଁ ବଦଳି ଯାଇଛି

ଭଲ ପାଇବା ରେ ମୋର

ଭେଜାଲିଆ ବ୍ୟସ୍ତତା ଆସି ଯାଇଛି

ବିରକ୍ତିଆ ପ୍ରୌଢତ୍ୱ ହାବି ହୋଇ ଯାଇଛି

କିବା ଇଆଡୁ ସିଆଡୁ କିଛି ଭାବି

କାହିଁକି ଶଙ୍କାକୁଳ ହେଉ ଏତେ,ବୁଝି ହେଉନି,

ଏ ସମୟ କୁ ସନ୍ଦେହ କର ନା ଭଲ ଲାଗୁନି।।


ଏ ପ୍ରେମ ଆଜି ପରିପକ୍ଵ ଅନେକ

ଛୁଇଁଲେ ମଉଳି ଯିବା ଠୁଁ ବହୁ ଦୂରେ

ଫୁଙ୍କି ଦେଲେ ଝାଉଁଳି ଯାଏନା

ନହୁଲୀ ବୟସ ର ଲାଜକୁଳୀ ପରି।

କିଶୋର କାମନା ମାନେ ପ୍ରୌଢ,ପରିପକ୍ଵ

କିଛି ଅଧିକ ଦେଖାଣିଆ ପଣ ନାହିଁ ଆଉ,

ପ୍ରେମ ଗେହ୍ଲ ସୁଆଙ୍ଗ ମାନେ ସମସ୍ତେ

କେବଳ ସାଦା ନିଚ୍ଛକ ଭଲ ପାଇବା ରେ

ଏକିକୃତ ଘନୀଭୂତ ହେଇ ଯାଇଛନ୍ତି।

ବୟସ ଆଜି ଅନ୍ତିମ ସୋପାନ ମୁହାଁ।

ବ୍ୟସ୍ତତା ଅସ୍ତ ରାଗ ର ବାରି ହେଉନି,

ଏ ସମୟ କୁ ସନ୍ଦେହ କରନା ଭଲ ଲାଗୁନି।।


କିନ୍ତୁ ସମ୍ବେଦନା ଅନେକ ଏଠି,

ଭାବନା କାମନା ବାସନା ଯେତେ

ଅନାୟସ ମୁହଁ ଖୋଳନ୍ତିନି ଆଜି

ସମୟ ବିତେନା ଆଜି ନିଜ ମତେ

ଖର୍ଚ୍ଚ କରିବାକୁ ହୁଏ ଅତି ଯତନେ,

ଅନେକ କଷ୍ଟ ହୁଏ ଯଦି କେବେ

ହଜି ଯାଏ ଏକ ଛୋଟିଆ ମୁହୂର୍ତ୍ତ

କୌଣସି ଅସଜଡ଼ା ପରିକଳ୍ପନା ରେ

ଆହତ ହୋଇ ଅବା ଅବହେଳିତ ମନେ କରି।

ନିର୍ବିକାର ,ଗତୀମାନ , ମାତ୍ର ଜାଣି ହେଉନି।

ଏ ସମୟ କୁ ସନ୍ଦେହ କରନା ଭଲ ଲାଗୁନି।।


ସେଦିନ ର ବେଦନା ଜୀବନ୍ତ ପୁଣି

ଯେତେବେଳେ କାନ୍ଦ କାନ୍ଦ ଲାଗୁଥିଲା

ଚିରା ପକେଟ ରୁ ଖସି ପଡି କେବେ

ହଜି ଗଲେ କିଛି ଖୁଚୁରା ପଇସା।

ସମୟ ନିର୍ବିକାର,କିନ୍ତୁ ତୁ ତ ସବୁ ଜାଣୁ

କୌଣସି xray ମେସିନ ଭଳି

ମୋ ଭିତର ଟା ବି ଦେଖି ପାରୁ।

ଦେଖ ସବୁ ସେଇ ପୁରୁଣା ପୁରୁଣା ଲାଗିବ

ଉପରକୁ କିଛି କିନ୍ତୁ ଭିତରେ ସବୁ

ଅସଲି ଅସଲି ଲାଗିବ।

କାହିଁକି ଶଙ୍କାକୁଳ ହେଉ ଏତେ ବୁଝି ହେଉନି।

ଏ ସମୟ କୁ ସନ୍ଦେହ କରନା ଭଲ ଲାଗୁନି।।

**********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy