STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ସନାତନ ରାଷ୍ଟ୍ର ଭାରତ

ସନାତନ ରାଷ୍ଟ୍ର ଭାରତ

1 min
343

ସଭ୍ୟତାର ପ୍ରଥମ ଦେଶ ଯେ

ଅଟଇ ଭାରତ

ବି‌ହିତ ସନାତନ ରାଷ୍ଟ୍ର ନାମେ

ଭଗବତେ ବର୍ଣ୍ଣିତ ପଞ୍ଚମ ସ୍କନ୍ଧରେ

ସମର୍ପିଲେ ବ୍ରହ୍ମା ଜଗତର ଭାର

ପୁତ୍ର ସ୍ବୟଂଭୁବ ହସ୍ତେ

ଉତ୍ତରକାଳେ ପୁତ୍ର ଦ୍ବୟ ତାଙ୍କ

ପ୍ରିୟବ୍ରତ ଓ ଉତ୍ତାନପାଦ

ପୁନଶ୍ଚ ଦଶ ପୁତ୍ର ପ୍ରିୟବ୍ରତଙ୍କର

ତିନି ପୁତ୍ରେ ବୈରାଗ୍ୟତା ଦେଖି

ସାତ ଖଣ୍ଡେ ବିଭାଜିତ

କଲେ ଯେ ବିଶ୍ବକୁ

ଅର୍ପିଲେ ଦାୟୀତ୍ବ

ବାକି ସପ୍ତ ପୁତ୍ର ହାତେ

ଶାସିଲେ ଅଗ୍ନଧ୍ର ଏହି ଜମ୍ମୁଦ୍ବୀପେ

ଭଜିଲେ ଏହାକୁ ପୁଣି ନଅ ଟି ଭାଗରେ

ଅର୍ପିଲେ ଦାୟୀତ୍ବ ତାଙ୍କ ନଅ ପୁତ୍ର ହାତେ

ତନ୍ମଧ୍ୟରୁ ନାଭି ଥିଲେ

ହିମବର୍ଷର ଶାସକ

ଯୋଡିଲେ ନିଜର ନାମ ଅଜନାଭ

ପ୍ରଚାରିଲେ ଅଜନାଭ ବର୍ଷ ନାମେ

ଶ୍ରେଷ୍ଠ ଓ ଉତ୍ତମ ଥିଲେ ଋଷଭଦେବ

ପିତା ନାଭି ଙ୍କ ଶତପୁତ୍ର ଠାରୁ

ତା'ପୁତ୍ର ଭରତ ଥିଲେ ପ୍ରଜାନୁରଞ୍ଜକ

ସେଇଥିପାଇଁ ତ ଅଜନାଭବର୍ଷ

ନାମିତ ହେଲା ଭାରତ ନାମରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract