STORYMIRROR

Smaranika Bahinipati

Tragedy Classics Inspirational

3  

Smaranika Bahinipati

Tragedy Classics Inspirational

ସ୍ନାନ ପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମା

1 min
178


  ସ୍ନାନ ଯାତ୍ରାରେ ବସିଛୁ ସିନା ତୁ

  ମନ ତୋର ଭଲ ନାହିଁ ରେ କାଳିଆ

  ମନ ତୋର ଭଲ ନାହିଁ ।।

 

   ଓଡ଼ିଶା କାନ୍ଦୁଛି ଭାରତ ଜାଣିଛି,

   ସାରା ବିଶ୍ଵ ଦୁଃଖ ପ୍ରକାଶ କରୁଛି ।।

 

   ବ୍ରହ୍ମାଣ୍ଡ ଠାକୁର ଜଗତପିତା ତୁ

   କେମିତି ବା ଦୁଃଖ ସହି ତୁ ପାରିବୁ

 

  ସନ୍ତାନ ହରେଇ ଏତେ ରେ କାଳିଆ

   ସନ୍ତାନ ହରେଇ ଏତେ ।।


  କାନ୍ଦି କାନ୍ଦି ଆଖି ମଳିନ ପଡ଼ିଛି

  ମୁଁହ ତୋ ଝାଉଁଳି ଯାଇଛି ରେ ଜଗା

   ମୁଁହ ତୋ ଝାଉଁଳି ଯାଇଛି ।।

 

  ଭକତ ଦୁଃଖରେ ଦୁଃଖୀ ତୁ କାଳିଆ

   ଭକତ ସୁଖରେ ସୁଖୀ ।।


  ଲୌହମାନବ ଯେ ରକ୍ତ ଜୁଡୁବୁଡୁ

   ସ୍ନାନ ଚକଡାରେ ରକ୍ତର ଛିଟା ।। 


   ଇଶାରା କଲୁ ତୁ ମର୍ମାହତ ଅଛୁ

   ମନ ଲାଗୁ ନାହିଁ ଜମା।।

   ମନ ଲାଗୁ ନାହିଁ ଜମା।।

    






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy