STORYMIRROR

Smaranika Bahinipati

Inspirational Others

3  

Smaranika Bahinipati

Inspirational Others

ବୋଉ ପାଇଁ ପଦେ

ବୋଉ ପାଇଁ ପଦେ

1 min
284


ବୋଉ ତାକୁ ଶଦ୍ଦରେ ପ୍ରକାଶ କରି ହୁଏନା । 

ବୋଉ ଡାକରେ ଯେ ଏତେ ସ୍ନେହଭରା ଭଲପାଇବା। 

 ତାହା ଜାଣିଲି ମୁଁ ଏ କିଛି ବରସରେ ।


   ଜନ୍ମ ଦେଇ ନାହାଁନ୍ତି ଦେବକୀ ପରି । । 

  ପାଳି ନାହାଁନ୍ତି ସେ ଯଶୋଦା ଭଳି ।। 

  ତଥାପି ତା ଠାରୁ ଅଧିକ କରନ୍ତି ସେହି ।


  ବୋହୁ ବୋଲି କେବେ ଭାବନ୍ତି ନାହିଁ ।।

  ରୋକ୍ ଠୋକ୍ କେବେ ଦେଖି ହି ନାଇ । ।

 ପୁଅ ଭଣଜା ଓ ଝିଅ ଝିଆରୀ ।।

 ପାତର ଅନ୍ତର କରନ୍ତି ନାହିଁ  ।। 


 ହାତ ରନ୍ଧା ତାଙ୍କ କେତେ ମଧୁର।। 

 ଅନ୍ନପୂର୍ଣ୍ଣା ଅଟେ ତାଙ୍କ ହାଣ୍ଡିଶାଳ ।। 


 ଫେରି ନାହି କେବେ କିଏ ଖାଲି ପେଟରେ। । 

 ମନ ଜାନି ସବୁ କରି ଖୁଆଏ ।। 


 ଶଶୁର ଠାରୁ ଯେ ନାତୁଣୀ ଯାଏଁ ।। 

 ସେବା କରିଛନ୍ତି ସବୁରି ସେ ।। 


 ଦୁଖକୁ କରି ଗଲାରହାର।। 

 ମୁଖେ ଦିଏ ସେ ଆହାର ।। 


 ରୁପ ରଙ୍ଗରେ କିଏ ହେବ ତାଙ୍କ ସରୀ ।। 

 ଜ୍ଞାନବିଦ୍ୟାରେ ସେ ବହୁମୂଲ୍ଯ ଧାରୀ ।। 


 ସ୍ନେହମୟୀ ମମତାମୟୀ ଆଦରମୟୀ ତୁମେ ଆମର ବୋଉ ।।  

ଜଗନ୍ନାଥଙ୍କ କୃପା ତୁମ ଉପରେ ସଦାବେଳେ ଥାଉ ।। 


 ଏ ଶୁଭ ଜନ୍ମଦିନରେ ଏତିକି କାମନା ମୋର।। 

 ମିଳୁ ମା'କୁ କୋଟି ପରମାୟୁ  ।। 


 ସବୁ ସନ୍ତାନ ମୁଣ୍ଡରେ ମା'ର ହାତ ସଦାସର୍ବଦା ରହୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational