ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ନନା
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ନନା
ନନା ଥିଲେ ଦିନେ ଆମ ଗହଣରେ ।।
ହସ ଖୁସି ର ପସରା ମେଲୀ...
ନିଶ୍ଚିନ୍ତର ହୋଈ ଦିନ କାଟୁ ଥିଲୁ ଆମେ ।।
ନନା ଚାଲିଗଲେ ଅଫେରା ରାଇଜେ
ଦୁଃଖ ଲୁହ ଭରା ପସରା ଖୋଲି ।
ଚିତ୍ତରଞ୍ଜନ ଯେ ନାମ ପାଇଥିଲେ
ଓଡ଼ିଶା ର ପ୍ରାଣ ଥିଲେ ।
କଟକ ଜିଲ୍ଲାର ତରଡିଙ୍ଗି ଗ୍ରାମେ ଜନ୍ମ ଲାଭ କରିଥିଲେ ।।
ଅଭାବ ଯୁଗରେ ବହୁ କଷ୍ଟ ସହି ।
ନିଜକୁ ଗଢି ଉଠିଲେ।
ଓଡ଼ିଶା ପାଇଁ ଗର୍ବ ଗୌରବ ଅର୍ଜି
ଵିଶିଷ୍ଟ ବିଖ୍ୟାତ ପ୍ରତିଷ୍ଠିତ ବିଚାରପତିର।
ପଦବୀ ସେ ପାଇଥିଲେ।
ସମାଜର ଆଇନ ପରାମର୍ଶ ଦାତା ଥିଲେ ।
ପରିବେଶ , ବନଖଣ୍ଡ , ବନ୍ୟଜନ୍ତୁ
ତତ୍ତ୍ଵ।ବଧ ସହ ସମାଜସେବୀ ସେ ଥିଲେ
ଲେଖୁ ଥିଲେ ଏଠୀ କଥା ସରିବନି
ଅବଦାନ ତାଙ୍କ ଏତେ ।
ଆକର୍ଷିତ ରୂପ ହସ ମିଠା କଥା ରେ।।
ସଭିଙ୍କୁ ସେ ଆଦରି ଥିଲେ ।
ରାଜ୍ୟର ହିତରେ ମନପ୍ରାଣ ଦେଇ
ଲୋକଙ୍କ ହୃଦୟ କୁ ସେ ଜିତିଥିଲେ ।
ବିଭିନ୍ନ ଜିଲ୍ଲାରେ ପଦବୀରେ ଥାଇ
ଅନେକ ଲୋକଙ୍କୁ ଶୁପଥ ସେ ଦେଖେଇ ଥିଲେ ।
କେତେ ଖୁସି ମନେ ଯାଇ ଥିଲେ ଏବେ
ବିଦେଶ ଗସ୍ତରେ ପରା
କିଏ ଜାଣି ଥିଲା ଅକାଳ ବିୟୋଗ ଚାହିଁ ବସିଥିଲା
ଫେରି ବେନି ଆଉ କେବେ ।
ଫେରିଥିଲେ ସେ ଖୁସିରେ ଛାତି କୁ କୁଣ୍ଡେମୋଟ
କରିଥାନ୍ତେ ।
ସାଙ୍ଗ ସାଥି ପରିବାର ମେଳେ ଆନନ୍ଦ ଉଲ୍ଲାସେ
ଉପହାର ଦେଇ ଦିନ ବାକି କାଟି ଥାନ୍ତେ।
ଦିନ ବାକି କାଟି ଥାନ୍ତେ ।
ଧାରା ଶ୍ରାବଣ ରେ ଧରା ପୁଷ୍ଟେ ଆସି
ଧାରା ଶ୍ରାବଣ ହିଁ ଈହଧାମ ଛାଡି ଗଲେ
ଧର୍ମପତ୍ନୀ ସହ ଦୁଇ ପୁଅ, ଦୁଇ ବୋହୂ ।
ତିନି ଝିଅ, ଦୁଇ ଜ୍ବାଇଁ, ଦୁଇ ନାତୁଣୀ ଓ ଏକମାତ୍ର ନାତିକୁ
ଏକା କରି ଦେଇ ଆରପୁରେ ଚାଲିଗଲ ନନା ଆପଣ
ଆରପୁରେ ଚାଲିଗଲ ।
ଶ୍ରଦ୍ଧାଞ୍ଜଳି ଅର୍ପଣ କର ହେ ନନା ।
ହୃଦୟ ରୁ ତୋଳି ଦେଉଛି।
ଅମର ଆତ୍ମା କୁ ସଦଗତି ମିଳୁ
ବୈକୁଣ୍ଠ ରେ ପ୍ରାପ୍ତି ହେଉ ହେ ନନା ।
ଏତିକି କାମନା କରୁଛି।
ଏତିକି କାମନା କରୁଛି ।
ଇତି ଆପଣଙ୍କ ,
ସ୍ନେହ ଓ ଆଦର ର ସାନ ବୋହୁ
ସ୍ମରଣିକା ଓରୋଫ ପୂର୍ବା ।
