STORYMIRROR

Smaranika Bahinipati

Tragedy

4  

Smaranika Bahinipati

Tragedy

ସାନ ମା (ଜେଜେ ଶାଶୁ)

ସାନ ମା (ଜେଜେ ଶାଶୁ)

2 mins
19

ସାନ ମା ଆମର ପ୍ରିୟବତି 
  ଅସଂଖ୍ୟ ଲୋକଙ୍କ ପ୍ରିୟ ଅଟନ୍ତି ।

ଛୋଟିଆ ମଣିଷ ଟେ ହ୍ରୁଦୟ ବଡ 
ମୁଁହ ତାଙ୍କର କି ମନୋହର

ଚନ୍ଦ୍ରବଦନି ସେ ଗଜଗମନୀ 
ଜେଜେ ବାପା ଙ୍କ ଥିଲେ ସେ ଧମନୀ ।।

ଜେଜେ କୁହନ୍ତି ସେ ରାଜରାଣୀ 
ଆଠ ପିଲାଙ୍କ ଯେ ସେ ଜନନୀ ।।

ବାପଘର ତାଙ୍କ ଅନୁଗୁଳ 
ବୋହୁ ଖଟନ୍ତି ସେ ତରଡିଙ୍ଗି ର ।।

ଆଠଗଡ଼ ର ଯେ ସେ ବାସିନ୍ଦା
ଆଖ ପାଖ ର ସେ ପ୍ରିୟର ଜିତା 


ପିଲାଙ୍କ ଉପରେ ଝୁସିଭାରି 
ନାତିନାତୁଣୀ ଙ୍କୁ ଲୋଭ ଭାରି ।।


ନିଜ କାମ ରେ ସେ ସଦା ତତ୍ ପର 
ଅଲୋଡ଼ା ଜିନିସ ରେ ଘର ସଜ ବାଜ  ।।

ଦାଣ୍ଡ ରୁ ଘର ଯେ ପୂରି ଉଠେ 
ବାଡି ବଗିଚା ଯେ ମହକି ବାସେ।  ।।

ଫୁଲ ପ୍ରେମୀ ଯେ ସେ ଅଟନ୍ତି 
ଫୁଲରେ ପାଛୋଟି ଘରକୁ ନିଅନ୍ତି  ।।

କୋମଳ ମୟୀ ହୃଦୟ ଟିଏ 
 ଅତି କମୋଳ ବତୀ ଜେଜେ ମା ସେ ।।

ଭାଇ ପୁତୁରା ଭଣଜା ପୁଅ 
କାହିଁ କେତେ ଯେ ସେ ମଣିଷ ଗଢ଼େ ।।

ଲେଖୁ ଥିଲେ ଏଠୀ କଥା ସରିବନି

ଅବଦାନ ମା ଏତେ ।

ଆକର୍ଷିତ ରୂପ ହସ ମିଠା କଥା ରେ।।

ସଭିଙ୍କୁ ମା ଆଦରି ଥିଲେ ।।

ପରିବାର ର ହସ ଖୁସି ପାଇଁ ମନପ୍ରାଣ ଦେଇ ଥିଲେ ।।

ଲୋକଙ୍କ ହୃଦୟ ଜିଣି ଥିଲେ ବୋଲି ଗାଁ ତାଙ୍କୁ ଆଜି ଝୁରେ।।

ଅଦେଖା  କଥା ଲେଖୁଛି ଆଜି  ମା 

ନନା ବୋଉ କକେଇ ଖୁଡି ନାନୀ ମୂଖେ ଶୁଣି 

ତୁମରି ନାତୁଣୀ ବୋହୁ ।।

ସମୟ ଟା ଆଜି ବଦଳି ଯାଇଛି 

ଆଉ ବଦଳିଛି ସେଇ ଦିନ ।।

ଆଜିବି ଆଖିରେ ନାଚିଉଠେ ମା 

ସେ ଅତୀତର କିଛି ଦିନ ।।

ମନେ ପଡେ ଆଜି ମା ଆପଣଙ୍କ ସହ ପ୍ରଥମ ଦେଖା ସାକ୍ଷାତ।।

ହାତ ଧରି ଥିଲେ କେତେ ହସୁ ଥିଲେ 

ଟୁକୁ ଉଷା ର ସାନ ବୋହୂ ବୋଲି ଉଚ୍ଚାରଣ କରି ଥିଲା।।

ହାତରେ ମୋହର ଟଙ୍କା ସହ ମା ଫୁଲ କିଛି ଦେଇ ଥିଲେ।।

ସେଇ ଫୁଲ ର ଶୁଖିଲା ପାଖୁଡ଼ା ଆଜି ବି ରଖିଛି ସାଇତି ମା 

ରଖିବି ଜୀବନ ଯାଏ।।

ଫୁଲ ପୁଷ୍ପ ହାର ରେ ମା ହୋଇ ଯେ ମଣ୍ଡିତ 

ସ୍ଵର୍ଗ ପୂର ବାସୀ ହୋଇ ଅଛନ୍ତି ଆପଣ ।।

ଶୁଭ ଦୃଷ୍ଟି କୃପା ଥାଉ ସର୍ବଦା ଆପଣଙ୍କ ।।

ସଦା ରୁଣୀ ରହିବ ଏ ଦାଶ ପରିବାର।।


ଶ୍ରଦ୍ଧାଞ୍ଜଳି ଅର୍ପଣ କର ହେ ସାନ ମା 

ହୃଦୟ ରୁ ତୋଳି ଦେଉଛି  ।।

ଅମର ଆତ୍ମା କୁ ସଦଗତି ମିଳୁ 

ବୈକୁଣ୍ଠ ରେ ପ୍ରାପ୍ତି ହେଉ ହେ ମା ।।

ଏତିକି କାମନା କରୁଛି।।

ଏତିକି କାମନା କରୁଛି ।।(୨)


 ଇତି ଆପଣଙ୍କ ,

 ସ୍ନେହ ଓ ଆଦର ର ସାନ ନାତୁଣୀ ବୋହୁ

 ସ୍ମରଣିକା ଓରୋଫ ପୂର୍ବା ।।🙏




 








Rate this content
Log in

Similar oriya poem from Tragedy