STORYMIRROR

Upendra prasad Mahala

Romance Inspirational Others

4  

Upendra prasad Mahala

Romance Inspirational Others

ସମୟର ରଂଗ

ସମୟର ରଂଗ

2 mins
252

ଜାଣେ ତା' ସହ ଦିନେ ଭେଟହେବ
କେଉଁ ପ୍ରତୀକ୍ଷିତ ମୁହୂର୍ତ୍ତରେ
ଅଚାନକ ଭାବେ ମତୁଆଲା ବାର
କିମ୍ବା ଆଧୁନିକ ଡ୍ୟାନ୍ସ କ୍ଲବରେ
ଚିହ୍ନି ପାରିବିକି ନା ଜାଣେନି।
ଝୁମୁଥିବ ନିଶାସକ୍ତ ଘୁମନ୍ତ ରାତି
ମୁଁ ଖୋଜୁଥିବି ସ୍ମୃତି କାଚଘରେ
ହଜିଲା ଦିନର ଅଭୁଲା ଛବି।

ହୁଏତ ସମୟର ରଂଗ ମାଖି
ବଦଳି ଯାଇଥିବ ପ୍ରିୟ ସଖୀ।
ପ୍ରତାରଣାଭରା ସହରକୁ କାଳେ
ଚାଲି ଆସିଥିବ ଭାବି ଖୋଜୁଛି
ଡ୍ୟାନ୍ସ ବାର, ସୁଇମିଂପୁଲ୍
ହୋଟେଲ ରୁମ, ପାର୍କ,
ସପିଙ୍ଗ ମଲ ସବୁଠି।

ସଖୀ କଣ୍ଢେଇ କି ବୁଝିବ ମନ
ପିଲାଦିନେ ଦେଲା କେତେ ସପନ
କେତେ ରଂଗ ଭରି ଦେଇଥିଲା
ସିଲଟ ଓ ଡ୍ରଇଂ ଖାତାରେ।
ଗାଁ ଦାଣ୍ଡ ଛାଡି ଯୋଗୀପୁଅ ସାଥେ
ଫେରିଗଲା ସଞ୍ଜୁଅ।ତି ବେଳେ
କଥା ଦେଇଥିଲା ଅ।ସିବ
ଭୁଲି ନାହିଁ ମୁଁ ଭୁଲି ନାହିଁ।

ମନେ ଅଛି ସେ ପ୍ରଥମ ଭେଟ
କି ମନୋହର ଅପୂର୍ବ ଲାବଣ୍ୟ
ନାଚି ଉଠିଥିଲା କୁନିକୁନି ଆଖି
ଢେଉଢେଉକା ଦିବା ସ୍ବପ୍ନରେ ।
ଭାବିଥିଲି ତାକୁ ରାଣୀ କରିନେଇ
ସଜାଇ ରଖିବି କଣ୍ଢେଇ ଘରେ
ମୋହୁଥିବ ମନ ରୂପରଂଗରେ
ଯୋଗୀପୁଅ ସାଜି ନଚେଇ ଶିଖିବି
ଯେମିତି ନାଚୁଛି ଦାଣ୍ଡ ଦୁଆରେ।

ଜାଣେ ମୁଁ ଜାଣେ ଠିକଣା ହଜାଇ
ଲୁଚି ରହିଥିବା ରାଜାଝିଅ ସେ
ଖୋଲାଣା ସୁନ୍ଦରୀ' ଗୀତ ଶୁଣିଲେ
ଭାବେ ବନ୍ଧା ହୋଇ ନାଚୁଥାଏ
ନାକକାନ୍ଦୁରି କେନ୍ଦରା ସୁରେ। 
ଆଜି ଛାଇପରି ଦିଶେ ପିଲାଦିନ
ଚେତନାର ସିଏ ଛବିଟିଏ ।

ଅଭାବରେ ପଡି ଯୋଗୀ ପୁଅ ତାକୁ
ବିକି ଦେଲା କି ଗରାଖ ଖୋଜି ?
ନ ପାଇ ତାକୁ ମୋ ଆଖି ଝୁରୁଛି
ଖୋଜୁଛି ମନ ଦିନରାତି।
ଭାବୁଛି ମନେ ସମୟ ସହ ତାଳ
ଦେଇ ବଦଳି ଯାଇଥିବ ସଖୀ
ଅ।ଧୁନିକ ଫେଶନ ୱାର୍ଲଡରୁ
ବାଛି ବାଛି କିଣି ପିନ୍ଧୁଥିବ କଣାକଣା
ଜିନ୍ ପ୍ୟାଣ୍ଟ, ହ୍ୟାପ୍ ସାର୍ଟ,
ସନ୍ ଗ୍ଲାସ, ଭ୍ୟାନିଟି, ହାଇହିଲ ।


ଜାଣେ, ସମୟର ଖେଳନା ସାଜି
ସଖୀ ମୋର ନାଚୁଥିବା ବେଳେ
ଅଚାନକ ଦିନେ ଭେଟହେବ
ମୋ ମନର ଶୂନ୍ୟସ୍ଥାନରେ।
ଉଦାସୀ ଯୋଗୀପୁଅ ଛବି ଦେଖି
ହାତ ଧରି ନେଇଯିବ ଗାଁକୁ
ପୁରୁଣା ରୂପ ଓ ବେଶରେ।


Rate this content
Log in

Similar oriya poem from Romance