STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

ସମୟର ମାପଦଣ୍ଡ

ସମୟର ମାପଦଣ୍ଡ

1 min
101

ସମୟ ତୁମେ

ଅବିଚ୍ଛିନ୍ନ ଗତିର ଧାରା

ତୁମର ମାପଦଣ୍ଡକୁ

କିପରି କରିବି କଳନା

ସମୟ ତୁମେ

ଅବିଶ୍ରାନ୍ତ ଗତିର ଧାରା

ମାତ୍ର ସଂକେତ ରେ କହିଦିଅ

ଆମ ଜୀବନ

ସୀମିତ ପରିଧିରେ ଗଢ଼ା

ସମୟ ତୁମେ

ଗ୍ରୀଷ୍ମର ତୀବ୍ରତା 

ପୁଣି ବର୍ଷାର ଶୀତଳତା

କେବେ ପୁଣି ଭରିିଦିଅ

ଜୀବନରେ 

ତୃପ୍ତୀକର ଶୀତର ଉଷ୍ଣତା

ଆଉ କେବେ ବସନ୍ତର

ମଳୟ ସ୍ନିଗ୍ନତା

ସମୟ ତୁମେ

ନୁହଁ ପ୍ରତୀକ୍ଷା ଆଶାୟୀ

ଅବିଶ୍ରାନ୍ତ କର୍ମଯୋଗୀ

ବାହୁ ତୁମରି

ତୁମର  ଗୁରୁତ୍ୱ କୁ

ବୁଝିଯାଏ ଯେବେ

ତୁମକୁ ଜାଣିଯାଏ ଯେବେ

ପ୍ରତି ସୋପାନରେ  

ତୁମେହିଁ ସହଯୋଗର ହାତ ବଢ଼ାଅ

ପଦଚିହ୍ନ ଛାଡ଼ିଯିବାରେ

ଆଗକୁ ପାଦ ବଢ଼େଇବାରେ

ସମୟ ତୁମେ

ଅବିଶ୍ରାନ୍ତ ଗତିର ଧାରା

ତୁମ ମାପଦଣ୍ଡକୁ କିପରି

କରିବି କଳନା???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract