Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ସମୟର ଖେଳ

ସମୟର ଖେଳ

1 min
385


ଭାବିଥିଲି ଯେଉଁ କଥା ସବୁ, ତାହା 

ଘଟିଲା ନାହିଁ

ଯାହା ସବୁ ଘଟିଛି, ମନରେ ଭାବି 

ନଥିଲି କେବେ ମୁହିଁ |୧|


ଦୋଷ ଲଦିବା କାହାକୁ, ତାର କିଛି 

ଲାଭ ନାହିଁ

ସମୟ ଚାଲି ଆସିଛି, ଚାଲିବ, ତା

ରୋକିବାର ନାହିଁ |୨|


କାରଣ ସମୟର ଖେଳ, ସମୟ ତ

କାହା ହାତରେ ନାହିଁ

ତେଣୁ ମନରେ ଦୁଃଖ ଅବା ପାଗଳାମି 

ହବାର ନାହିଁ |୩|


ସମୟର ଖେଳ, ସେ ତ ଅଣଲେଉଟାା 

ରଥ, ରୋକିବ ନାହିଁ

ସମୟ ଗଡି ଚାଲିଛି, ବାକି ବା ସମୟ 

କେତେ ଅଛି ରହି |୪|


କେତେବେଳେ ଖାଲିପଣିଆରେ 

ସମୟତକ କଟିଗଲା

କେତେବେଳେ ଦୁଃଖ ସାଗରରେ 

ଭସାଇ ନେଲା |୫|


କଟାଉଛେ ଆମେ ମାୟା ମୋହ 

ର ସଂସାର

ସମୟର ତାଳେ ତାଳେ କଟିଯିବ 

ସମୟ ଆମର |୬|


ଆମକୁ ଏଇ ସମୟ ବେଳେ ବେଳେ 

କିଛି ଦେଇ ଚାଲିଥିବ

ଅବା କେବେ କେବେ ଆମଠୁ କିଛି

ଛଡାଇ ନେଇଯିବ |୭|


ସମୟ ତ ବଳବାନ, ଜୀବନ 

ରାସ୍ତାରେ ସେ ନାଚୁଥିବ

ସୁଗନ୍ଧ ଧୂପକାଠି ସଦୃଶ ଜୀବନେ 

ସୁଗନ୍ଧ ବୁଣି ଚାଲୁଥିବ |୮|


କେତେବେଳେ ମଣିଷର ବିଜୟର 

ତୂରୀ ଫୁଙ୍କି ଚାଲିବ

କେତେବେଳେ ଶ୍ମଶାନ ଘାଟକୁ ମଧ୍ୟ 

ଟାଣି ନେଇଯିବ |୯|


ରାଜା ହେଉ କି ଭିକାରି ହେଉ, ସମୟ 

କାହାର ନୁହେଁ ଅଧୀନ

ସମୟ କେତେବେଳେ କଅଣ କରିବ 

ପାଇବାନି ତାର ଚିହ୍ନବର୍ଣ୍ଣ |୧୦|



Rate this content
Log in

Similar oriya poem from Abstract