STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସମୟର ଖେଳ

ସମୟର ଖେଳ

1 min
199

ଜାଣିଥା ବାବୁରେ ଏ ସାରା ସଂସାରେ

କେହି ନୁହଁ ଶକ୍ତ ଆଉ ଦୁର୍ବଳ

ଭଲ କରି ଯଦି ନିରେଖି ଦେଖିବୁ

ଏ ସବୁ ଅଟଇ ସମୟ ଖେଳ


ଆଜି ଯିଏ କହେ ମୁଁ ଅଟେ କୁବେର

ଅକାଳେ ସେ ହେବ ଫକୀର

ଆଜି ଯିଏ ଭିକ ମାଗୁଛି ବାବୁରେ

ଭାଗ୍ୟ ବଦଳିବ ହେବ ସେ ବୀର


ନିଜ ଲୋକ ଯିଏ ସେନେହ କରନ୍ତି

ସ୍ୱାର୍ଥ ପାଇଁ ସିଏ ହୋଇବେ ପର

ଅଚିହ୍ନl ଅଜଣା ଶବ ତୋ ବୋହିବେ

ବୃଥାରେ ସିନା ହେବ ସ୍ମୃତି ତୋହର


ଆଜି ଯାହା ପାଇଁ ସପନ ସଜାଉ

ପର କଥା ମାନି ହେବ ସେ ପର

ଆଜି ଯିଏ ତୋର ଗାରିମା ଗାଆନ୍ତି

ଅବେଳରେ ବେକ ମୋଡି଼ବେ ତୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract