STORYMIRROR

Kananbala Das

Abstract

4  

Kananbala Das

Abstract

ସମୟ

ସମୟ

1 min
619


ବିବର୍ତ୍ତନ ବାଦ ସମୟ ସ୍ରୋତରେ

ବଦଳେ ଜୀବଜଗତ,

ସମୟ ସହିତ ପ୍ରଖର ବେଗରେ

ସବୁତ ପରିବର୍ତ୍ତିତ।।


ଆଜିର ଘଟଣା କାଲି ହୋଇଯାଏ

ସମୟର ଚକ ତଳେ,

ଚିରସ୍ଥାୟୀ ନୁହେଁ କିଛି ଏ ଜଗତେ

ପ୍ରମାଣିତ କାଳେ କାଳେ।।


ଧନ ଓ ସମ୍ପତ୍ତି ମାନ ସନମାନ

ପ୍ରତିଷ୍ଠିତ ପ୍ରତିପତ୍ତି,

ଅଢେଇ ଦିନର ବଢ଼େଇ ଦେଖାଏ

ଭାବେ ସେ ଜଗତପତି।।


ରୂପ ଯଉବନ ଆଭିଜାତ୍ୟ ଠାଣି

ଧରା କୁ ସରା ମଣୁଛି,

ଧର୍ମ ପଥ ହୁଡି ଅମଡ଼ା ବାଟ ରେ

ନର୍କକୁ ବାଟ କାଢୁଛି।।


ମହତ ଜନର ମହତ କାର୍ଯ୍ୟ ର

ଗୋୖରବ ଅକ୍ଷୁର୍ଣ୍ଣ ଥାଏ,

ଯଶ ଓ କିରତି ମଣିଷ ପଣିଆ

ଚିରକାଳ ରହିଯାଏ।।


ସମାଜ କଲ୍ୟାଣ ଦେଶର ପ୍ରଗତି

ସ୍ମରଣୀୟ ଚିରକାଳେ,

ଉତ୍ତମ କରମ ଲିଭିଯାଏ ନାହିଁ 

ସମୟର ଗତି ତାଳେ।।


ସମୟ ସାଥିରେ ବଦଳିଲା ନାହିଁ

ସତୀ ସୀତା ଙ୍କ ସତୀତ୍ଵ,

ସାବିତ୍ରୀଙ୍କ ନିଷ୍ଠା ପତିବ୍ରତା ଧର୍ମ

ପରାକାଷ୍ଠା ଓ ମହତ୍ତ୍ୱ।।


ସମୟବି ଦିନେ ଦୁଃଖ ଦୁରକରେ

ସୁଦୃଢ଼ ହୁଅଇ ମନ,

କୋମଳ ମନଟି ଶକ୍ତ ହୋଇଯାଏ

ସମୟ ହିଁ ବଳବାନ।।


ବେଳ ଥାଉ ଥାଉ ନିଜକୁ ସଜାଡ଼ି

ସତ୍ୟପଥ ଅନୁସର,

କାୟମନବାକ୍ୟ ନିଷ୍ଠାର ସହିତ

ଧର୍ମକୁ ସାରଥୀ କର।।


ରହିନାହିଁ କିିଛି ରହିବ ନାହିଁ ଟି

ଗର୍ବ ଅହଙ୍କାର ମାନ,

ସମୟର କାଳଚକ୍ରରେ ନିଶ୍ଚୟ

ହୋଇଯିବ ସବୁ ଲୀନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract