STORYMIRROR

puja pradhan

Abstract

4  

puja pradhan

Abstract

ସମୟ

ସମୟ

1 min
396

ଦୁନିଆର ରାସ୍ତା ଏଠି ଅନେକ ଭିଡ଼

   ଜାଣି ହୁଏନାହିଁ କେମିତି କେଜାଣି

 କେଉଁଠି ବଦଳି ଯାଏ ସମୟର ମୋଡ଼

  ସମୟ ହସାଏ ସମୟ କନ୍ଦାଏ

 ସମୟ ବୁଝାଏ ବାର ବାର

କିଏ ସେ ନିଜର କିଏ ସାତ ପର

  ପ୍ରକୃତ ମୁଖା ସମୟ ଦେଖାଏ ତାର

 ଦେଇଛି କେତେ ପୁଣି ରହିଛି କେତେ ସ୍ମୃତି

   ସମୟକୁ ମୁଁ ପଚାରେ ତାର ଉତ୍ତର

 ସମୟକୁହେ ପୁରୁଣା ଦିନକୁ ଭୁଲି

ଖୁସିରେ ସ୍ୱାଗତ କର ଏ ସମୟର

   ଯାହାତୋରା ଥିଲା କିଛି କ୍ଷଣ ପାଇଁ

 ହୋଇଯାଇଛି ସେ ଆଉକାହାର

  ହେଲେ ସମୟର ଗତି ପୁଣି ସେ କାହାଣୀ

 ଦୋହରେଇଛି ଗୋଟେ ଥର

 ଦ୍ୱିତୀୟ ସୁଯୋଗ ମିଳେନାହିଁ ଏଠି

    କାହାକୁ ତ ବାରବାର

  ପ୍ରକୃତ ରେ ସେ ପ୍ରୀତି, ସେଅନୁଭୁତି, ସେପ୍ରେମ

    ଛାତି ଥରାଇ ଦେଇଥିଲା ମୋର

  କିଛିତ ସତ୍ୟତା ଥିଲା ସେ ପ୍ରେମରେ

 ମନ କହେ ମୋତେ ଅନେକଥର

  ମୋ ଜୀବନ ମୋତେ ଦେଇଛି

      ସୁଯୋଗର ଉପହାର

 ଅଧୁରା ସପନ, ଅଧୁରା ସେପ୍ରେମ

   ଯାହାକିଛି ଅଛି ତୋର

 ସେସବୁ ସାଉଁଟି ସମୟଦେଇଛି ତୋତେ

    ତୋ ପ୍ରେମର ଏକ ନୁଆଁ ଉପହାର

 ଦୁଇହାତ ଖୋଲି କରିଦେ ସ୍ୱାଗତ

    ସେହି ପୁରୁଣା ପ୍ରୀତିକୁ ତୋର

 ଆଜିବି ଅପେକ୍ଷା କରିଛି

     ସେହି ସମୟତୋର

  ଯାହାତୋରା ଥିଲା କିଛି ନୁଆଁ

   ଢଙ୍ଗରେ ତୋତେ ଦେଇଛି ସେଉପହାର

  ଯେଉଁ ପ୍ରେମତୋର ଅଧୁରା ରହିଛି

     ମନ କହୁଥାଏ ମୋର

 ଆଣିଛି ସମୟ ମିଠା ଅଭୁଲା ଅତୀତକୁ

   ପୁଣି ଆଗକୁ ତୋର

 ସେହି ସାଥୀ ତୋର ଆସିଛି ତୋପାଇଁ

   ଫଗୁଣର ରଙ୍ଗ ସାଥେ ନେଇ

ଅଧୁରା ପ୍ରେମ, ଅଧୁରା ସେସ୍ବପ୍ନ

  ସତ କରିବ ତୋପାଇଁ l

ଯାଇଛି ଯେବିତି ସେ ସମୟକୁ ଛାଡି

  ସ୍ୱାଗତ କର ଏ ସମୟକୁରଙ୍ଗ ସାଥେ ନେଇ

  ଅଧୁରା ପ୍ରେମ, ଅଧୁରା ସେସ୍ବପ୍ନ

    ସତ କରିବ ତୋପାଇଁ l

    ଯାଇଛି ଯେବିତି ସେ ସମୟକୁ ଛାଡି

      ସ୍ୱାଗତ କର ଏ ସମୟକୁ ତୋର

କାହିଁକିନା ସମୟ ସୁଯୋଗ ଦିଏନି

   କାହାକୁ ଯେ ବାରବାର l

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract