STORYMIRROR

padmaja pati

Inspirational Others

3  

padmaja pati

Inspirational Others

ସମୟ

ସମୟ

1 min
324

କାହାପାଇଁ ସିଏ ଅଟକିନି କେବେ

ପଛକୁ ନ ଚାହିଁ ତିଳେ

ବର୍ଷ, ମାସ, ଦିନ ଯାଉଅଛି ବିତି

ଆଗେଇ ଆଗେଇ ଚାଲେ l

ଲାଗୁଛି ଯେପରି ଆସିଥିଲା କାଲି

ପାଳିଥିଲୁ ନୂଆ ବର୍ଷ

ଦିନ କେଇଟାରେ ଛାଡ଼ିଯିବ ଚାଲି

ଦେଇ ତା'ର ଶେଷ ସ୍ପର୍ଶ l

କରିବନି ତାକୁ ଅଯଥାରେ ନଷ୍ଟ

ପିଲାଏ ମୋ କଥା ଶୁଣ

ବିଦ୍ୟା, ଧନ, ସୁଖ ପାଇବ ନିଶ୍ଚୟ

ରଖିଲେ ତାହାର ମାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational